ଇରାନ୍‌ ଏୟାର୍‌ପୋର୍ଟରେ ବିମାନରେ ଲାଗିଲା ନିଆଁ; ୧୦୦ ଯାତ୍ରୀ ନିରାପଦରେ ସ୍ଥାନାନ୍ତର

ତେହେରାନ୍‌: ଗୁରୁବାର ଦିନ ତେହେରାନ୍‌ର ମେହେରାବାଦ ବିମାନ ବନ୍ଦରରେ ଓହ୍ଲାଇବା ସମୟରେ ଗୋଟାଏ ଯାତ୍ରୀବାହୀ ବିମାନରେ ନିଆଁ ଲାଗିଯାଇଥିଲା, କିନ୍ତୁ ଏଥିରେ ଥିବା ୧୦୦ ଜଣ ଯାତ୍ରୀଙ୍କୁ ଅକ୍ଷତ ଅବସ୍ଥାରେ ସ୍ଥାନାନ୍ତର କରାଯାଇଥିବା କଥା ରାଜ୍ୟ ଟେଲିଭିଜନ୍‌ରେ ଜରୁରୀକାଳୀନ ବିଭାଗର ମୁଖ୍ୟ ପୀର୍‌-ହୋସେନ୍‌ କୋଲିବନ୍ଦ କହିଛି।

ପୀର୍‌-ହୋସେନ୍‌ କୋଲିବନ୍ଦ କହିଛନ୍ତି, ବିମାନର ଅବତରଣର ଲ୍ୟାଣ୍ଡିଙ୍ଗ୍‌ ଗିଅର୍‌ ଠିକ୍‌ ରୂପେ ନ ଖୋଲିବାରୁ ନିଆଁ ଲାଗିଯାଇଥିଲା। ପରେ ଅବଶ୍ୟ ନିଆଁକୁ ଆୟତ୍ତ କରାଯାଇଥିଲା।

ଫୋକ୍କର୍‌ ୧୦୦ ମଡେଲ୍‌ର ଏହି ବିମାନଟି ଇରାନ୍‌ ଏୟାର୍‌ ମାଲିକାନାରେ ରହିଛି ବୋଲି ଫାର୍ସ ଖବର ସରବରାହ ସଂସ୍ଥାନ କହିଛି।

ପାଇଲଟ୍‌ ବିମାନଟିର ପଛ ଚକ ଖୋଲିବାକୁ ସମର୍ଥ ହୋଇ ନ ଥିଲେ। ସମସ୍ତ ଚକ ଖୋଲିବାକୁ ଚେଷ୍ଟା ଚଳାଇ ପାଇଲଟ୍‌ ବିମାନଟିକୁ ଅନେକ ବାର ଚକ୍କର କଟାଇଥିଲେ, କିନ୍ତୁ ସୁଫଳ ମିଳି ନ ଥିଲା। ଶେଷରେ ବିମାନଟି ସିଧାସଳଖ ଭୂମି ସ୍ପର୍ଶ କରି ଓହ୍ଲାଇ ଥିଲା।

ବିମାନଟି ଉପସାଗରରେ ଥିବା ଗୋଟାଏ ଇରାନୀୟ ଦ୍ୱୀପରୁ ରାଜଧାନୀ ଅଭିମୁଖେ ଯାତ୍ରା କରୁଥିଲା।

ସମ୍ବନ୍ଧିତ ଖବର