ରନ୍‌େଓ୍ଵରୁ ଖସିଲା ବିମାନ

କାଠମାଣ୍ଡୁ: ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଅଘଟଣ ଘଟିଛି। ଘରୋଇ ରୁଟ୍‌ରେ ଚଳାଚଳ କରୁଥିବା ଏକ ବିମାନ ରନ୍‌େଓ୍ଵରୁ ଖସିଯିବା ଯୋଗୁ ବିମାନବନ୍ଦର ୧୨ ଘଣ୍ଟା ଠପ୍‌ ହୋଇପଡ଼ିଛି। ଫଳରେ ହଜାର ହଜାର ଲୋକ ଏଠାରେ ଅଟକି ରହିଛନ୍ତି। ଶନିବାର ବିଳମ୍ବିତ ରାତି୍ରରେ ଏହି ଘଟଣା ଘଟିଛି। ଉଡ଼ାଣ ପୂର୍ବରୁ ରନ୍‌େଓ୍ଵରେ ଯାଉଥିବା ବେଳେ ଏହା ରନ୍‌େଓ୍ଵ ପାର୍ଶ୍ୱକୁ ଖସିଯାଇଥିଲା। କିନ୍ତୁ ଏଥିରେ କେହି ମୃତାହତ ହୋଇନାହାନ୍ତି।

ସମ୍ବନ୍ଧିତ ଖବର