କାଠମାଣ୍ଡୁ ବିମାନ ବନ୍ଦରରେ ଅଳ୍ପକରେ ଦୁର୍ଘଟଣାରୁ ବର୍ତ୍ତିଲା ଯାତ୍ରୀବାହୀ ବିମାନ, ସୁରକ୍ଷିତ ରହିଗଲେ ୧୩୯ ଯାତ୍ରୀ

କାଠମାଣ୍ଡୁ (ନେପାଳ): ନେପାଳର ରାଜଧାନୀ କାଠମାଣ୍ଡୁ ସ୍ଥିତ ତ୍ରିଭୁବନ ଅନ୍ତର୍ଜାତିକ ବିମାନ ବନ୍ଦରରେ ଏକ ଅନ୍ତର୍ଜାତିକ ବିମାନ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭାବେ ଅଳ୍ପକରେ ଏକ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତିଯିବା ସହ ଏଥିରେ ଥିବା ୧୩୯ ଜଣ ଯାତ୍ରୀ ରକ୍ଷା ପାଇ ଯାଇଛନ୍ତି। ଏହି ଘଟଣାପରେ ତ୍ରିଭୁବନ ଅନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ପ୍ରାୟ ଡଜନେରୁ ଉର୍ଦ୍ଧ୍ୱ ଅନ୍ତର୍ଜାତିକ ବିମାନର ଉଡ଼ାଣକୁ କର୍ତ୍ତୃପକ୍ଷ ସାମୟିକ ଭାବେ ରଦ୍ଦ କରି ଦେଇଥିଲେ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ଗୁରୁବାର ରାତିରେ ତର୍କୀସ୍‌ ଏୟାରଲାଇନ୍‌ର ମିଲାନ୍ଦୋ ଏୟାର ଜେଟ୍‌ର ଏକ ଯାତ୍ରୀବାହୀ ବିମାନ ବୋଇଂ ୭୩୭-୯୦୦, ୪ ଜଣ ବିମାନ କର୍ମଚାରୀଙ୍କ ସମେତ ୧୩୯ ଜଣ ଯାତ୍ରୀଙ୍କୁ ଧରି କାଠମାଣ୍ଡୁରୁ କୁଆଲାଲମ୍ପୁର ଅଭିମୁଖେ ଉଡ଼ାଣ ଭରିବା ପାଇଁ ରନ୍‌େଓ୍ଵ ଉପରେ ଦ୍ରୁତଗତିରେ ଯାଉଥିବା ବେଳେ ହଠାତ୍‌ ରନ୍‌େଓ୍ଵ ଉପରୁ ତଳକୁ ଖସିଯାଇ କଡ଼ରେ ଥିବା ମାଟି କାଦୁଅ ଭିତରକୁ ପଶି ଯାଇଥିଲା। ଏହି ଘଟଣାପରେ ତ୍ରିଭୁବନ ଅନ୍ତର୍ଜାତିକ ବିମାନ ବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ପ୍ରାୟ ଡଜନେରୁ ଉର୍ଦ୍ଧ୍ୱ ଅନ୍ତର୍ଜାତିକ ବିମାନର ଉଡ଼ାଣକୁ କର୍ତ୍ତୃପକ୍ଷ ସାମୟିକ ଭାବେ ରଦ୍ଦ କରି ଦେଇଥିଲେ।
ଦୀର୍ଘ ୧୨ ଘଣ୍ଟାର ଉଦ୍ଦ୍ୟମ ପରେ ବିମାନଟିକୁ ଆଉଥରେ ରନ୍‌େଓ୍ଵ ଉପରକୁ ଅଣାଯିବା ପରେ ଏବେ ପରିସ୍ଥିତି ସ୍ୱାଭାବିକ ହୋଇଛି ଏବଂ କେଉଁ ପରିସ୍ଥିତିରେ ଓ କାହିଁକି ବିମାନଟି ଉଡ଼ାଣ ଭରିବାକୁ ଯାଉଥିବା ବେଳେ ରନ୍‌େଓ୍ଵ ଉପରୁ ତଳକୁ ଖସିଲା, ସେଥିନେଇ ତଦନ୍ତ ଆରମ୍ଭ ହୋଇଛି ବୋଲି କହିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ।

ସମ୍ବନ୍ଧିତ ଖବର