ମୋତେ ମାରିବାକୁ ସୁପାରି ଦିଆଯାଇଛି: ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ ତାଙ୍କୁ ହତ୍ୟା କରିବା ପାଇଁ ସୁପାରି ଦିଆଯାଇଛି। ଏକ ରାଜନୈତିକ ଦଳ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଛି ଏବଂ ଏନେଇ ଭଡ଼ାଟିଆ ଗୁଣ୍ଡାଙ୍କୁ ମଧ୍ୟ ଠିକ୍‌ କରି ସାରିଛି ବୋଲି ମମତା ଦାବି କରିଛନ୍ତି। ଏନେଇ ଭଡ଼ାଟିଆ ଗୁଣ୍ଡାଙ୍କୁ ଅଗ୍ରୀମ ଦିଆସରିଛି ଏବଂ ସେମାନେ ମୋ ବାସଭବନ ଏବଂ ଅଫିସ୍‌ ଆସି ଦେଖି ସାରିଛନ୍ତି ବୋଲି ମମତା ଏକ ଟିଭି ଚ୍ୟାନେଲ୍‌ରେ ସାକ୍ଷାତକାର ଦେଇ କହିଛନ୍ତି। ଆସନ୍ତା ସୋମବାର ଦିନ ପଞ୍ଚାୟତ ଭୋଟ୍‌ ହେବାକୁ ଥିବାବେଳେ ଏହା ପୂର୍ବରୁ ମମତାଙ୍କ ଏଭଳି ବୟାନ ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏଭଳି ଷଡ଼ଯନ୍ତ୍ର ଖବର ପ୍ରଶାସନିକ ସୂତ୍ରରୁ ସେ ପାଇଛନ୍ତି ବୋଲି କହିଛନ୍ତି। ଏନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର