ଅନ୍ତରୀଣ ବଜେଟ୍‌କୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଂଜ

ନୂଆଦିଲ୍ଲୀ : ଆଜି ଏନ୍‌ଡିଏ ସରକାର ଅନ୍ତରୀଣ ବଜେଟ୍‌ ଉପସ୍ଥାପନ କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଏହାକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଂଜ କରି ମାମଲା ରୁଜୁ ହୋଇଛି। ଏଭଳି ବଜେଟ୍‌ ସା‌ମ୍ବିଧାନିକ ବ୍ୟବସ୍ଥା ଉଲ୍ଲଂଘନ କରୁଥିବାରୁ ଏହାକୁ ରଦ୍ଦ କରିବା ପାଇଁ ଆଇନଜୀବୀ ମନୋହର ଲାଲ ଶର୍ମା ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ସମ୍ବିଧାନରେ ଅନ୍ତରୀଣ ବଜେଟ୍‌ ପାଇଁ କୌଣସି ବ୍ୟବସ୍ଥା ନାହିଁ ଏବଂ କେବଳ ବାର୍ଷିକ ସଂପୂର୍ଣ୍ଣ ବଜେଟ୍‌ ବ୍ୟବସ୍ଥା ରହିଛି ବୋଲି ସେ ଦର୍ଶାଇଛନ୍ତି। କେନ୍ଦ୍ର ସରକାର ତାଙ୍କର ୫ଟି ବଜେଟ୍‌ ଉପସ୍ଥାପନ କରିସାରିଛନ୍ତି ଏବଂ ଏପ୍ରିଲ ସୁଦ୍ଧା ଲୋକସଭା ନିର୍ବାଚନ ହେବାକୁ ଥିବାରୁ ଏଭଳି ବଜେଟ୍‌ର ଯଥାର୍ଥତା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର