ଆଉ ଚୀନ୍‌ ନୁହେଁ ଭାରତ ଆଡ଼କୁ ଢ଼ଳୁଛି ମାଳଦ୍ୱୀପ; ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ମାଳଦ୍ୱୀପ ଗସ୍ତରେ ଯାଇଛନ୍ତି। ସାଂପ୍ରତିକ ପରିବର୍ତ୍ତିତ ପରିସ୍ଥିତିରେ ଏହି ଦ୍ୱୀପ ରାଷ୍ଟ୍ର ମାଳଦ୍ୱୀପ ଏବେ ଚୀନ୍‌ ସହ ସଂପର୍କ ଛିନ୍ନ କରି ଭାରତ ଆଡ଼କୁ ଢ଼ଳୁଥିବା ପରିପ୍ରେକ୍ଷୀରେ ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦାନ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦି ମାଳଦ୍ୱୀପ ଗସ୍ତରେ ଯାଇଥିବା ଜାଣିବାକୁ ମିଳିଛି। ମାଳଦ୍ୱୀପର ପୂର୍ବ ରାଷ୍ଟ୍ରପତି ଅବଦୁଲ୍ଲା ୟେମିନ୍‌ ଚୀନ୍‌ ସପକ୍ଷବାଦୀ ରହିଥିବା ଦୃଷ୍ଟିରୁ ଭାରତ ସହ ମାଳଦ୍ୱୀପର ଦୈଦେଶିକ ସଂପର୍କ ଏତେଟା ଭଲ ରହିନଥିଲା। କିନ୍ତୁ, ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲି ଚୀନ୍‌ର ପ୍ରବଳ ବିରୋଧୀ ହୋଇଥିବା ବେଳେ ଜଣେ ଭାରତ ସପକ୍ଷତାବାଦୀ ନେତା। ନବ ନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲିଙ୍କ ଶାସନକାଳରେ ଭାରତ ସହ ମାଳଦ୍ୱୀପର ବୈଦେଶିକ ନୀତିରେ ସୁଧାର ଘଟିବା ସହ ଉଭୟ ଦେଶ ମଧ୍ୟରେ ସଂପର୍କର ଏକ ନୂତନ ଅଧ୍ୟାୟ ସୃଷ୍ଟି ହେବ। ତେଣୁ, ମାଳଦ୍ୱୀପ ସହ ଉଭୟ କୂଟନୈତିକ ସ୍ତରରେ ଏବଂ ବୈଦେଶିକ ନୀତିରେ ସୁଧାର ଆଣିବା ଲକ୍ଷ୍ୟରେ ନବ ନିର୍ବାଚିତ ରାଷ୍ଟ୍ରପତି ଇବ୍ରାହିମ୍‌ ମହମ୍ମଦ ସୋଲିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ପ୍ରଧାନମନ୍ତ୍ରୀ ମୋଦି ମାଳଦ୍ୱୀପ ଗସ୍ତରେ ଯାଇଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ୨୦୧୧ ପର ଠାରୁ ଭାରତର କୌଣସି ରାଷ୍ଟ୍ରନେତା ମାଳଦ୍ୱୀପ ଗସ୍ତ କରି ନଥିଲେ।

ସମ୍ବନ୍ଧିତ ଖବର