ପିଉସାଙ୍କ ମୃତ୍ୟୁରେ ମଧ୍ୟ ସାମାଜିକ ଦୂରତ୍ୱକୁ ସମର୍ଥନ କରୁଥିବା ଓମାର ଅବଦୁଲ୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କ  ପିଉସାଙ୍କ ମୃତ୍ୟୁ ଯୋଗୁଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ଲକଡାଉନ ମାର୍ଗଦର୍ଶିକାକୁ ସମ୍ମାନ ଜଣାଇ ତାଙ୍କ ବାସଭବନ ବା ମଶାଣିରେ ସମବେତ ନ ହେବକୁ ଓମାର ତାଙ୍କ ସମର୍ଥକମାନଙ୍କୁ କରିଥିବା ନିବେଦନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ରବିବାର ରାତିରେ ଓମାର୍ ଟୁଇଟ୍ କରିଛନ୍ତି ଯେ ଘରେ ଥାଇ ପ୍ରାର୍ଥନା କଲେ ତାଙ୍କ ପିଉସାଙ୍କ ଆତ୍ମା ଶାନ୍ତି ପାଇବ । ସ୍ୱଳ୍ପ ସମୟର ଅସୁସ୍ଥତା ପରେ ଶ୍ରୀନଗର ଠାରେ ତାଙ୍କ ପିଉସା ଡାକ୍ତର ମହମ୍ମଦ ଅଲି ମାତ୍ତୂଙ୍କର ପରଲୋକ ହୋଇଥିବା କଥା ସେ ଘୋଷଣା କରିଥିଲେ ।

Image Source: Kashmir Life

ସୋମବାର ଦିନ ଶୋକବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଏହି ଦୁଃଖଦ ସମୟରେ ଜନସମାଗମ ଏଡ଼ାଇବାକୁ ଆପଣ ଦେଇଥିବା ଆହ୍ୱାନ ପ୍ରଶଂସାଯୋଗ୍ୟ । କୋଭିଡ୍-୧୯ ବିରୋଧରେ ଭାରତର ସଂଗ୍ରାମକୁ ଏହା ମଜଭୁତ କରିବ ।

ଏହାର ଉତ୍ତର ଦେଇ ଓମାର ଲେଖିଛନ୍ତି ଯେ ଶୋକବାର୍ତ୍ତ ନିମନ୍ତେ ମୋ ସହ ମୋ ପରିବାର ଆପଣଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଦିଂବଗତ ଆତ୍ମାଙ୍କ ପାଇଁ ଆପଣଙ୍କ ପ୍ରାର୍ଥନା ଖୁବ୍ ଆଦୃତ ହୋଇଛି ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ଶେଖ୍ ମହମ୍ମଦ ଅବଦୁଲ୍ଲାଙ୍କ ଜାମାତା ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କର ଭିଣୋଇ ଡାକ୍ତର ମହମ୍ମଦ ଅଲି ମାତ୍ତୂ ଶେଖ୍ ଅବଦୁଲ୍ଲାଙ୍କ ଦୁଇ ଝିଅ ସୁରିଆ ଏବଂ ଖାଲିଦାଙ୍କୁ ବିବାହ କରିଥିଲେ । ପୂର୍ବରୁ ସେ ଶେର୍-ଇ-କଶ୍ମୀର ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସରେ କାର୍ଯ୍ୟ କରୁଥିଲେ ।

ସମ୍ବନ୍ଧିତ ଖବର