ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଚୀନରେ ବାଜିଲା ଲୋକପ୍ରିୟ ଗୀତ ‘ ୟେ ଓ୍ଵାଦା ରହା’

ବେଜିଂ: ଚୀନରେ ଦେଖିବାକୁ ମିଳିଛି ଭାରତୀୟ ସଂଗୀତ ପ୍ରତି ଶ୍ରଦ୍ଧା। ଚୀନରେ ବାଜିଲା ବଲିଉଡ ଧୁନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ଚୀନ ଗସ୍ତ ସମୟରେ ତାଙ୍କ ଆତିଥ୍ୟ ପାଇଁ ପରିବେଷଣ ହୋଇଥିଲା ଭାରତୀୟ ସଂଗୀତର ଧୁନ। ଚୀନର ଉହାନରେ ଯେତେବେଳେ ରାଷ୍ଟ୍ରପତି ସି-ଜିନପିଙ୍ଗଙ୍କୁ ସାକ୍ଷାର କରିଥିଲେ ମୋଦି ଏହି ସମୟରେ ପରିବେଷଣ ହୋଇଥିଲା ମ୍ୟୁଜିକ କନସର୍ଟ। ଆଉ ଗୀତର ଧୁନ ଥିଲା ବଲିଉଡର ପପୁଲାର ଫିଲ୍ମ ୱାଦା ରାହା ଚଳଚ୍ଚିତ୍ରର ଟାଇଟଲ ସଙ୍ଗ।

ନବେ ଦଶରକ ଏହି ଗୀତକୁ ପଂଚମ ଦା ଅର୍ଥାତ ଆରଡି ବର୍ମନଙ୍କ ସ୍ୱର ସଂଯୋଜନାରେ ଗାଇଥିଲେ ଭର୍ସାଟାଇଲ ସିଙ୍ଗର ଆଶା ଭୋସଲେ। ଚୀନ ମାଟିରେ ହିନ୍ଦୀ ଗୀତର ଧୁନ ବାଜିବା ଦୁଇ ଦେଶ ମଧ୍ୟରେ ବଢୁଥିବା ବନ୍ଧୁତାର ପ୍ରମାଣ ଥିଲା। ରାଷ୍ଟ୍ରପତି ସି-ଜିନପିଙ୍ଗ ମଧ୍ୟ ଅନେକ ବଲିଉଡ ଫିଲ୍ମ ଦେଖିଥିବା ମୋଦିଙ୍କୁ ଜଣାଇଥିଲେ। ଚୀନରେ ଆୟୋଜିତ ଏହି ଅନୌପଚାରିକ ସମ୍ମିଳନୀରେ ଦୁଇଦେଶ ମଧ୍ୟରେ ଯେଉଁ ସହମତି ହୋଇଛି, ତା ଭିତରେ ଭାରତୀୟ ଫିଲ୍ମ ଚୀନରେ ଓ ଚୀନ ଫିଲ୍ମ ଭାରତରେ ପ୍ରଦର୍ଶିତ ହେବା ଧାର୍ଯ୍ୟ ହୋଇଛି।

ସମ୍ବନ୍ଧିତ ଖବର