ମୋଦି ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି କହିଲେ ରାହୁଲ୍‌: ଅନିଲ ଅମ୍ବାନିଙ୍କ କମ୍ପାନିକୁ କରାଇଛନ୍ତି ୩୦,୦୦୦ କୋଟିର ଫାଇଦା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ନରେନ୍ଦ୍ର ମୋଦିଙ୍କୁ ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି ଅଭିହିତ କରିଛନ୍ତି ରାହୁଲ୍‌। ରାଫେଲ ବିମାନ କିଣାରେ ହୋଇଥିବା ଦୁର୍ନୀତି ନେଇ ମୋଦି କାହିଁକି ନିରବତା ଅବଲମ୍ବନ କରୁଛନ୍ତି, ତାହା ସେ ପ୍ରଶ୍ନ କରିଛନ୍ତି।

ନୂଆଦିଲ୍ଲୀରେ ରାହୁଲ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି,‘ପ୍ରଧାନମନ୍ତ୍ରୀ ମୋଦି ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। ସେ ରାଫେଲ୍‌ ବିମାନ କ୍ରୟ କାରବାରରେ ଅନିଲ୍‌ ଅମ୍ବାନୀଙ୍କୁ ୩୦,୦୦୦ କୋଟିର ପୁରସ୍କାର ଦେଇଛନ୍ତି । ଏହା ହିଁ ତାଙ୍କ ଦୁର୍ନୀତିକୁ ସ୍ପଷ୍ଟ କରୁଛି।ପ୍ରଧାନମନ୍ତ୍ରୀ ମୋଦି ଅନିଲ ଅମ୍ବାନୀଙ୍କ କମ୍ପାନି ରିଲାଏନ୍ସ ଡିଫେନ୍ସକୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ୩୦,୦୦୦ କୋଟିର ଫାଇଦା ଦେଇଥିବା ରାହୁଲ ଅଭିଯୋଗ କରିଆସୁଛନ୍ତି।

ଫ୍ରାନ୍ସର ଏକ େଓ୍ଵବ୍‌ପୋର୍ଟାଲରେ ଖବର ପ୍ରକାଶ ପାଇଛି କି, ରାଫେଲ ନିର୍ମାଣକାରୀ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଭାରତକୁ ୩୬ଟି ରାଫେଲ୍‌ ବିମାନ ବିକ୍ରି ଲାଗି ରିଲାଏନ୍ସ ଡିଫେନ୍ସ ସହ ଏକାଠି କାମ କରିବା ଏକ ପ୍ରକାର ବାଧ୍ୟତାମୂଳକ। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି।

ଏଥିପୂର୍ବରୁ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ପ୍ରକାଶ କରଥିିଲେ କି ତାଙ୍କୁ ପ୍ରଧାନମନ୍ତ୍ରୀ ମୋଦି ରାଫେଲ କାରବାରରେ ରିଲାଏନ୍ସକୁ ବ୍ୟାବସାୟିକ ସହଯୋଗୀ କରିବାକୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର