ମୋଦିଙ୍କ ସର୍‌ପ୍ରାଇଜ୍‌ ଆଡ୍ରେସ୍‌: ସମୟ ଗଡ଼ାଇ ଦେଶବାସୀଙ୍କୁ ଅପେକ୍ଷା କରାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୂର୍ବାହ୍ନ ୧୧.୨୩ ମିନିଟ୍‌ରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ  ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେବେ ବୋଲି ଲେଖିଲେ। ଚମକି ପଡ଼ିଲା ଦେଶ! କି ବାର୍ତ୍ତା ଦେବେ ପ୍ରଧାନମନ୍ତ୍ରୀ? ମାତ୍ର ନିର୍ଧାରିତ ସମୟ ଗଡ଼ିଗଲା। ୍ଅସ୍ଥିର ହୋଇଗଲେ ଟୁଇଟର ବ୍ୟବହାରକାରୀ।

ଟୁଇଟ୍‌ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେଖିଲେ: ଦିନ ୧୧: ୪୫ ରୁ ୧୨: ୦୦ ମଧ୍ୟରେ ଗୋଟାଏ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇ ମୁଁ ଦେଶବାସୀଙ୍କୁ ଉଦ୍‌ବୋଧନ ଦେବି। ଟେଲିଭିଜନ୍‌, ରେଡିଓ ଏବଂ ସାମାଜିକ ଗଣମାଧ୍ୟମରେ ସେ ସମ୍ଭାଷଣ ଦେଖନ୍ତୁ।

ପ୍ରତି ମିନିଟ୍‌ରେ ୧୦୦୦ କରି ଟୁଇଟ ଆସିଲା। ଟୁଇଟ୍‌ ପୋଷ୍ଟ୍‍ ହେବାର ୫୧ ମିନିଟ୍‌ ପରେ ମିଳିଲା ୫୬ ୦୦୦ ଲାଇକ୍‌ ଓ ୧୯ ୦୦୦ରୁ ଅଧିକ ରିଟୁଇଟ୍‌ ହୋଇ ଚାଲିଲା।

ନିର୍ଦ୍ଧାରିତ ସମୟ ମଧ୍ୟାହ୍ନ ୧୨ଟା ପର ଯାଏଁ ମୋଦି ଦେଶବାସୀଙ୍କୁ ଅପେକ୍ଷା କରାଇ ରଖିବାରୁ ଟୁଇଟର୍‌ରେ ବିଭିନ୍ନ କଳ୍ପନାଜଳ୍ପନା ଉଠିଲା।
ଜଣେ ଟୁଇଟର୍‌ ବ୍ୟବହାରକାରୀ ଲେଖିଥିଲେ: କ’ଣ ରାହୁକାଳ ସରିବା ଯାଏଁ ଅପେକ୍ଷା କରିଛନ୍ତି ନା, ଆଉ କିଛି?

ଅନ୍ୟ ଜଣେ ଲେଖିଛନ୍ତି: କାହାରି କିଛି ଧାରଣା ନାହିଁ କିଂବା କେହି କିଛି ଜାଣିଥିବା ସୂତ୍ର ବି ନାହିଁ ବୋଲି କହିବା ଛଡ଼ା ବିଚରା ଟେଲିଭିଜନ୍‌ ଆଙ୍କରଙ୍କ ପାଖରେ ଆଉ କହିବାକୁ କିଛି ନାହିଁ। ପ୍ରଧାନମନ୍ତ୍ରୀ ୧୦ ମିନିଟ୍‌ ବିଳମ୍ବ କଲେ।

ବିଳମ୍ବ ଯୋଗୁଁ ଦ୍ୱିତୀୟ ବିମୁଦ୍ରାୟନ ଠାରୁ ମାସୁଦ ଆଝାରଙ୍କ ମୃତ୍ୟୁ, ନିର୍ବାଚନ ଘୋଷଣା ଯାଏଁ ଟୁଇଟର୍‌ ବ୍ୟବହାରକାରୀମାନେ ନାନା ପ୍ରକାର କଥା ଉଠାଇଥିଲେ।

ସମ୍ବନ୍ଧିତ ଖବର