ଜି୨୦ ଶିଖର ବୈଠକରେ ଯୋଗ ଦେବାକୁ ଜାପାନର ଓସାକାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରମୁଖ ଆନ୍ତର୍ଜାତିକ ନେତାମାନଙ୍କ ସହ ଜି୨୦ ଶିଖର ବୈଠକରେ ଯୋଗ ଦେବାକୁ ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଜାପାନର ଓସାକା ଠାରେ ପହଞ୍ଚିଛନ୍ତି। ସେ କେତେଗୁଡ଼ିଏ ବହୁପାକ୍ଷିକ ବୈଠକରେ ଉପସ୍ଥିତ ରହିବା ସହ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌୍‌ ଟ୍ରମ୍ପ୍‌ ଏବଂ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସମେତ ବିଶ୍ୱ ନେତାମାନଙ୍କୁ ଭେଟିବେ।

ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାତିରେ ଭାରତରୁ ଯାଇ ଗୁରୁବାର ପ୍ରତ୍ୟୁଷରେ ଓସାକାରେ ପହଞ୍ଚିଛନ୍ତି। ଟୁଇଟ୍‌ କରି ସେ ଲେଖିଛନ୍ତି: ପ୍ରତ୍ୟୁଷରେ ଓସାକା ଆଗମନ। ଆଗାମୀ ଦୁଇ ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ରହିଛି ଜି୨୦ ଶିଖର ବୈଠକ, ଦ୍ୱିପାକ୍ଷିକ ଓ ବହୁପାକ୍ଷିକ ଆଲୋଚନା। ବିଶ୍ୱସ୍ତରୀୟ ଗୁରୁତ୍ୱ ଥିବା ଅନେକ ସମସ୍ୟା ସଂକ୍ରାନ୍ତରେ ସେ ବ୍ୟାଖ୍ୟା କରିବେ ଏବଂ ସେ ସଂକ୍ରାନ୍ତରେ ଭାରତର ମତ ଉପସ୍ଥାପନ କରିବେ।

Image Source: PMO Twitter

ଜାପାନରେ ଥିବା ଭାରତୀୟ ସମ୍ପଦ୍ରାୟ ତାଙ୍କୁ ସ୍ୱାଗତ କରିଥିଲେ। ସେ ପୁଣି ଲେଖିଛନ୍ତି: ଜି୨୦ ଶିଖରରେ ଯୋଗ ଦେବାକୁ ଓସାକାରେ ପହଞ୍ଚିଲି। ଭବ୍ୟ ସ୍ୱାଗତ ପାଇଁ ଚଳଚଞ୍ଚଳ ଭାରତୀୟ ସମ୍ପ୍ରଦାୟଙ୍କ ପ୍ରତି କୃତଜ୍ଞ!

ଜୁନ୍‌ ୨୮- ୨୯ ତାରିଖରେ ଓସାକାରେ ହେବାକୁ ଯାଉଥିବା ଜି୨୦ ହେଉଛି ମୋଦୀ ଯୋଗ ଦେଉଥିବା ଷଷ୍ଠ ଶିଖର ବୈଠକ।

୨୦୨୨ ହେବାକୁ ଥିବା ପରବର୍ତ୍ତୀ ଜି୨୦ ଶିଖର ବୈଠକ ଭାରତରେ ଆୟୋଜନ କରାଯିବ।

ସମ୍ବନ୍ଧିତ ଖବର