ମୋଦିଙ୍କ ମା’ଙ୍କ ନକଲି ଭିଡିଓ ପୋଷ୍ଟ କରିବା କିରଣ ବେଦୀଙ୍କୁ ମହଙ୍ଗା ପଡ଼ିଲା: ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ ଓ ସମ୍ପ୍ରତି ପଣ୍ଡୁଚେରୀର ଉପରାଜ୍ୟପାଳ କିରଣ ବେଦୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ଙ୍କ ଏକ ନକଲି ଭିଡିଓ ସେୟାର କରିବା ନେଇ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି ହୋଇଛି।

କିରଣ ବେଦୀ ନିକଟରେ ନିଜର ଟୁଇଟର ଆକଉଣ୍ଟରେ ଜଣେ ବୃଦ୍ଧ ମହିଳାଙ୍କ ଭିଡିଓ ସେୟାର କରିଥିଲେ। ଏହି ବୃଦ୍ଧା ମହିଳା ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହିରାବେନ ମୋଦି ବୋଲି କହିଥିଲେ। ତେବେ କିରଣ ବେଦୀ ପୋଷ୍ଟ କରିଥିବା ଭିଡିଓରେ ବୃଦ୍ଧା ମହିଳା ଜଣକ ଖୁବ୍‌ ଉତ୍ସାହର ସହ ଘରେ ଦୀପାବଳି ପାଳନ କରୁଥିବାର ଦେଖିବାକୁ ମିଳିଥିଲା।

ଏହି ପୋଷ୍ଟ ପରେ ଯେତେବେଳେ ଜଣା ପଡ଼ିଲା କିରଣ ବେଦୀ ପୋଷ୍ଟ କରିଥିବା ଭିଡିଓ ନକଲି ଅଟେ। ଭିଡିଓରେ ନୃତ୍ୟୁ କରୁଥିବା ବୃଦ୍ଧା ଜଣକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ନୁହନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ହଙ୍ଗାମ ମଞ୍ଚାଇଥିଲେ ଟୁଇଟର ବ୍ୟବହାରକାରୀ।

ଶେଷର କିରଣ ନିଜର ଭୁଲକୁ ସ୍ୱୀକାର କରି ଅନ୍ୟ ଟୁଇଟ କରିଥିଲେ ଏବଂ କହିଥିଲେ ସଦଗୁରୁ ଦ୍ୱାରା ମୋତେ ଭୁଲ ଭିଡିଓ ଦିଆଯାଇଥିଲା। ମୋତେ କ୍ଷମା କରି ଦିଆଯାଉ। ଅନ୍ୟପକ୍ଷରେ କିରଣ ନିଜ ଭୁଲର ସଫେଇ ଦେବାକୁ ଯାଇ କହିଥିଲେ, ଦେଖନ୍ତୁ ତ ଏଇ ୯୭ବର୍ଷ ବୃଦ୍ଧା ଦୀପାବଳି ପାଳନ ପାଇଁ କେତେ ଉତ୍ସାହି ଅଛନ୍ତି। ଆଶା କରୁଛି ୯୭ବର୍ଷ ବୟସରେ ବି ମୋ ଭିତରେ ଏଭଳି ନୃତ୍ୟୁ କରିବାର ଶକ୍ତିସାମର୍ଥ ଥାଉ।

 

 

ଟୁଇଟର ବ୍ୟବହାରକାରୀଙ୍କ ପ୍ରତିକ୍ରିୟା

କେତେକ ଟୁଇଟର ବ୍ୟବହାରକାରୀ କିରଣ ବେଦୀଙ୍କ ସଫେଇକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ କହିଥିଲେ, ବୋଧ ହୁଏ ଏବେ ଆଇପିଏସ ଓ ଆଇଏସ ପରୀକ୍ଷା ଖୁବ୍‌ ସହଜ ହୋଇଗଲାଣି।

ଅନ୍ୟ ଜଣେ ବ୍ୟବହାରକାରୀ କହନ୍ତି, ମୋତେ କେହି ଜଣେ ଭୁଲ କହିଥିଲେ କି ଆପଣ ଜଣେ ସାହସୀ ମହିଳା ଅଟନ୍ତି। ମୋତେ ଏହା ଜାଣି ଆଶ୍ଚର୍ଯ୍ୟ ଲାଗୁଛି ଯେ, ଆପଣ ଜଣେ ଆଇପିଏସ ଅଧିକାରୀ ଥିଲେ।

ସେହିପରି ଆଉ ଜଣେ ଟୁଇଟର ବ୍ୟବହାରକାରୀ କହନ୍ତି, ମୁଁ ଏବେ ଜାଣିଲି ଦିଲ୍ଲୀ ଜନତା ଆପଣଙ୍କୁ କାହିଁକି ସ୍ୱୀକାର କରି ନଥିଲେ। ଦିଲ୍ଲୀକୁ ଧନ୍ୟବାନ ଆପଣଙ୍କୁ ସ୍ୱୀକାର କରି ନଥିବାରୁ।

ସମ୍ବନ୍ଧିତ ଖବର