ଆଦିବାସୀ ମହିଳାଙ୍କୁ ଚପଲ ପିନ୍ଧାଇଲେ ପ୍ରଧାନମନ୍ତ୍ରୀ ମୋଦି ?

ଛତିଶଗଡ଼ : ଶନିବାର ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ଛତିଶଗଡର ବିଜାପୁରରେ ଆୟୋଜିତ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ଯୋଜନାରେ ପ୍ରଥମ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟନ କରିଥିଲେ। ଏହାପରେ ଜଣେ ଆଦିବାସୀ ମହିଳାଙ୍କୁ ମଞ୍ଚ ଉପରେ ଚପଲ ପିନ୍ଧାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ଏଭଳି କରିବାର ନଜିର ନାହିଁ । ଏହି ସମୟରେ ମଞ୍ଚ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, ଅନନ୍ତ କୁମାର ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ଉପସ୍ଥିତ ଥିଲେ। ତେବେ ମଞ୍ଚ ଉପରେ ମହିଳାଙ୍କୁ କାହିଁକି ଚପଲ ପିନ୍ଧାଇଲେ ପ୍ରଧାନମନ୍ତ୍ରୀ ମୋଦି, ଏନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ।

ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚରଣ ପାଦୁକା ଯୋଜନା ଅନୁଯାୟୀ, ଆଦିବାସୀ ମହିଳାଙ୍କୁ ଚପଲ ଭେଟି ଦେଇଛନ୍ତି। କେନ୍ଦୁପତ୍ର ତୋଳୁଥିବା ମହିଳା ମାନଙ୍କୁ ଚପଲ ଉପଲବ୍ଧ କରାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ। ଏହାସହ ଆମ୍ବେଦକରଙ୍କ ପାଇଁ ସେ ପ୍ରଧାନମନ୍ତ୍ରୀ ହୋଇଥିବା କହିଛନ୍ତି ମୋଦି । ଏହାଛଡା କେନ୍ଦ୍ର ସରକାର ଗରିବ, ଦଳିତ, ଆଦିବାସୀଙ୍କ ସହ ସବୁବେଳେ ଛିଡା ହୋଇଛି ଯ ତେବେ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଛି ଲୋକ ଏହାକୁ ମୋଦିଙ୍କ ମହାନତା କହିଥିବା ବେଳେ କିଛି ଲୋକ ଏହାକୁ ମୋଦିଙ୍କ ଅଭିନୟ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର