ବିରୋଧୀ ଦଳ ନେତାଙ୍କ ସହ ହାତ ମିଶାଇ ଚାଲିଲେ ପ୍ରଧାନମନ୍ତ୍ରୀ ମୋଦି, ଆସନ୍ତାକାଲି ଠାରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ବୁଧବାର (ଜୁଲାଇ ୧୮) ଠାରୁ ଆରମ୍ଭ ହେବ। ୨୨ ଦିବସୀୟ ଏହି ଅଧିବେଶନ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ। ଏହାରି ମଧ୍ୟରେ ୧୮ଟି ବୈଠକ ବସିବ। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ବିରୋଧୀ ଦଳର ନେତାମାନଙ୍କ ସହିତ ହାତ ମିଶାଇ ସଂସଦ ଭବନ ଯାଇଛନ୍ତି। ଏଠାରେ ସେ ଏକ ସର୍ବଦଳୀୟ ବୈଠକରେ ସାମିଲ ଥିଲେ।

ବୈଠକରେ ସମସ୍ତ ନେତାଙ୍କୁ ସହଯୋଗ କରିବା ପାଇଁ ଆହ୍ଵାନ କରିଛନ୍ତି। ସେ କହିଛନ୍ତି, ଅଧିବେଶନରେ ସରକାର ସବୁ ଦଳ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗକୁ ଗୁରୁତ୍ୱପୂର୍ଣ୍ଣ ମନେ କରନ୍ତି ଓ ଏଥି ପାଇଁ ଭଲଭାବରେ ସମୀକ୍ଷା ମଧ୍ୟ କରନ୍ତି। ଆଶା କରୁଛି ସମସ୍ତ ରାଜନୈତିକ ଦଳ ଜାତୀୟ ଉନ୍ନତି ନେଇ ସକରାତ୍ମକ ଓ ସଫଳ ଆଲୋଚନା କରିବେ।

ଏହା ପୂର୍ବରୁ ମୋଦି ଲୋକସଭାରେ ବିରୋଧୀ ଦଳ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ ହାତ ମିଶାଇ ସଂସଦ ଭବନ ଯାଇଥିଲେ। ତାଙ୍କ ସହିତ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ଅନନ୍ତ କୁମାର ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ହସ ଖୁସିରେ ସଂସଦ ଆଡ଼କୁ ମୁହାଁଇଥିଲେ। ଏହି ୩ ନେତାଙ୍କ ସହିତ ଆମ୍‌ ଆଦମୀ ପାର୍ଟି ନେତା ଭଗବନ୍ତ ମାନ ମଧ୍ୟ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର