ସାଧ୍ୱୀ ପ୍ରଜ୍ଞାଙ୍କୁ ଟିକେଟ୍‌ ଦେବା ପ୍ରସଙ୍ଗଙ୍କୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦୀ, ଶୁଣନ୍ତୁ କହିଲେ କ’ଣ…,

ନୂଆଦିଲ୍ଲୀ : ବିଜେପିରୁ ଭୋପାଳ ଲୋକସଭା ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଟିକେଟ ମିଳିବା ପରେ ତାଙ୍କର ପ୍ରାର୍ଥୀତ୍ୱକୁ ନେଇ ବିପକ୍ଷ ଦଳ ଅନେକ ପ୍ରଶ୍ନ ପ୍ରଶ୍ନ ଉଠାଇଥିଲା । ମାଲୋଗାଓଁ ଆକ୍ରମଣରେ ୯ବର୍ଷ ଜେଲ୍‌ରେ ରହି ସାଧ୍ୱୀ ପ୍ରଜ୍ଞା ଜାମିନ୍‌ରେ ବାହାରକୁ ଆସିଥିବାରୁ ଏକ ସମ୍ଭାବିତ ଆତଙ୍କବାଦୀକୁ ବିଜେପି ଟିକେଟ କାହିଁକି ଦେଇଛି ବୋଲି ଆରୋପ ଲଗାଇଥିଲେ ସବୁ ବିରୋଧି ଦଳ । କିଛି ଦିନର ଚର୍ଚ୍ଚା ପରେ ଏବେ ଟାଇମ୍ସ ନାଓକୁ ସାକ୍ଷାତକାର ଦେଇ ଏହାର ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

oneindia.com

ସାକ୍ଷାକାରରେ ଏ ପ୍ରସଙ୍ଗକୁ ନେଇ ପ୍ରଶ୍ନ କରାଯିବା ପରେ, ଭୋପାଳରୁ ପ୍ରାର୍ଥୀ ଥିବା ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ସେଇମାନଙ୍କ ପାଇଁ ସାଙ୍କେତିକ ଜବାବ, ଯେଉଁମାନେ ହିନ୍ଦୁ ସଂସ୍କୃତିକୁ ଆତଙ୍କବାଦୀ ବୋଲି କୁହନ୍ତି । କଂଗ୍ରେସକୁ ଏହା ମହଙ୍ଗା ପଡ଼ିବ । ଯେଉଁ ଲୋକମାନଙ୍କୁ ଅଦାଲତ ଦୋଷୀ ବୋଲି କହି ଦେଉଛନ୍ତି, ସେମାନଙ୍କ ପାଖକୁ ଲୋକ ଯାଇ ତାଙ୍କୁ ଆଲିଙ୍ଗନ କରୁଛନ୍ତି । ସେଭଳି ଅପରାଧିକୁ ଲୋକେ ଜେଲ୍‌ ଏବଂ ଡ଼ାକ୍ତରଖାନାରେ ଭର୍ତ୍ତି କରାଗଲେ ସେଠାକୁ ମଧ୍ୟ ଭେଟିବା ପାଇଁ ଯାଉଛନ୍ତି । ଅମେଥି(ରାହୁଲ ଗାନ୍ଧ) ଏବଂ ରାୟବରେଲି(ସୋନିଆ ଗାନ୍ଧୀ)ରୁ ଯେଉଁ ଦୁଇ ପ୍ରାର୍ଥୀ ଅଛନ୍ତି, ସେମାନେ ମଧ୍ୟ ଜାମିନ୍‌ରେ ବାହାରକୁ ଆସିଛନ୍ତି । ଯଦି ସେମାନେ ନିର୍ବାଚନ ଲଢ଼ିପାରିବେ ତେବେ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର କାହିଁକି ନୁହନ୍ତି? ବୋଲି କହିଥିଲେ ମୋଦୀ ।

ସମ୍ବନ୍ଧିତ ଖବର