ରିକ୍ସା ଚାଳକର ଝିଅ ବାହାଘର ନିମନ୍ତ୍ରଣ ରକ୍ଷା କରି ଶୁଭେଚ୍ଛା ପତ୍ର ପଠାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରିକ୍ସା ଚାଳକ ମଙ୍ଗଳ କେୱତଙ୍କୁ ତାଙ୍କ ଝିଅ ବାହାଘର ଉପଲକ୍ଷେ ଏକ ପତ୍ର ପଠାଇ ଶୁଭେଚ୍ଛା ଜଣାଇଛନ୍ତି। ମଙ୍ଗଳ ମୋଦୀ ପଠାଇଥିବା ପତ୍ରଟିକୁ ଠିକ୍‌ ତାଙ୍କ ଝିଅ ବାହାଘର ଦିନ ହିଁ ପାଇଛନ୍ତି। ମୋଦୀ ତାଙ୍କ ପରିବାରକୁ ନିଜର ଆଶୀର୍ବାଦ ଦେଇ ପତ୍ର ଲେଖିଥିବା ଦେଖିବାକୁ ମିଳିଛି।

ମଙ୍ଗଳ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିିର୍ବାଚନ ମଣ୍ଡଳୀ ବାରଣାସୀର ବାସିନ୍ଦା। ପୂର୍ବରୁ ମଙ୍ଗଳ ତାଙ୍କ ଝିଅ ବାହାଘର ସ୍ଥିର ହେବା ପରେ ମୋଦୀଙ୍କୁ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପଠାଇଥିଲେ। ମୋଦୀ ତାଙ୍କ ନିମନ୍ତ୍ରଣ ରକ୍ଷା କରି ଏକ ଶୁଭେଚ୍ଛା ପତ୍ର ପଠାଇଥିବାର ଦେଖିବାକୁ ମିଳିଛି।

www.aninews.in

ସେ କହିଛନ୍ତି କି, ‘ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ ପତ୍ର ଦେବା ପାଇଁ ମୋର ଜଣେ ବନ୍ଧୁ ମୋତେ କହିଲେ। ମୁଁ ଗୋଟାଏ ପତ୍ର ଦିଲ୍ଲୀକୁ ଓ ଅନ୍ୟଟି ମୋଦୀଙ୍କ ବାରଣାସୀ କାର୍ଯ୍ୟାଳୟକୁ ପଠାଇଥିଲି। ମୁଁ କେବେ ବି ମୋଦୀଙ୍କ ଠାରୁ ପ୍ରତ୍ୟୁତ୍ତର ପାଇବି ବୋଲି ଭାବିନଥିଲି। ମାତ୍ର ମୋଦୀଙ୍କ ଶୁଭେଚ୍ଛା ପତ୍ର ପାଇବା ପରେ ମୁଁ ବେଶ୍‌ ଖୁସି ହେଲି। ବିବାହ ଉତ୍ସବରେ ଥିବା ଅତିଥିମାନଙ୍କୁ ମୁଁ ସେ ପତ୍ରଠିକୁ ଦେଖାଇଲି।’

ମଙ୍ଗଳ ମାଆ ଗଙ୍ଗାଙ୍କର ଜଣେ ବଡ଼ ଭକ୍ତ। ସେ ଗଙ୍ଗା ନଦୀକୁ ସ୍ବଚ୍ଛ ରଖିବାରେ ସଦା ଉଦ୍ୟମରତ। ମୋତୀଙ୍କ ସ୍ବଚ୍ଛ ଭାରତ ଅଭିଯାନର ସେ ଜଣେ ସକ୍ରିୟ ବ୍ୟକ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ  କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ଉତ୍ତରପ୍ରଦେଶର ନାଉରିଆ ଅଶୋକ ସାନିଙ୍କ ଝିଅ ବାହାଘରର ନିମନ୍ତ୍ରଣ ରକ୍ଷା କରି ବାହାଘର ଦିନ ଅଶୋକଙ୍କ ଝିଅକୁ ବିବାହ ଶୁଭେଚ୍ଛା ପତ୍ର ସହ ଏକ ଶାଢି ଉପହାର ସ୍ବରୂପ ପଠାଇଥିଲେ।

ସମ୍ବନ୍ଧିତ ଖବର