ବିଜ୍ଞାପନ ବାବଦରେ ୩, ୦୪୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ମୋଦି: ମାୟାବତୀ

0

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସ୍‌ପି) ମୁଖ୍ୟ ମାୟାବତୀ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାପନ ବାବଦରେ ୩୦୪୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଅର୍ଥ ଉତ୍ତର ପ୍ରଦେଶ ଭଳି ପଛୁଆ ରାଜ୍ୟର ପ୍ରତି ଗ୍ରାମରେ ଶିକ୍ଷା ଓ ସ୍ୱାସ୍ଥ୍ୟ ଲାଗି ଖର୍ଚ୍ଚ ହୋଇ ପାରି ଥାଆନ୍ତା।

ସେ ଟୁଇଟ୍‌ କରିଛନ୍ତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ ଉତ୍ସବରେ ମାତି ବିଜ୍ଞାପନ ବାବଦରେ ୩୦୪୪ ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ଅର୍ଥ ଉତ୍ତର ପ୍ରଦେଶ ଭଳି ପଛୁଆର ରାଜ୍ୟର ପ୍ରତ୍ୟେକ ଗ୍ରାମରେ ଶିକ୍ଷା ଯୋଗାଣ ଓ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଖର୍ଚ୍ଚ ହୋଇ ପାରି ଥାଆନ୍ତା। କିନ୍ତୁ ବିଜେପି ଲାଗି ବିଜ୍ଞାପନ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସର୍ବସାଧାରଣଙ୍କ କଲ୍ୟାଣ ଗୁରୁତ୍ୱପୂର୍ଣ୍ଣ ନୁହେଁ।

ତା’ ପର ଟୁଇଟ୍‌ରେ ସେ ଲେଖିଛନ୍ତି: ସେମାନଙ୍କ ସରକାରର ଅସଫଳତା ଘୋଡ଼ାଇବାକୁ ଓ ସେଥିରୁ ସର୍ବସାଧାରଣଙ୍କ ଧ୍ୟାନ ହଟାଇବାକୁ ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦି ଅତୀତ ବିଭିନ୍ନ ମାମଲାଗୁଡ଼ିକୁ ଉଜ୍ଜୀବିତ କରୁଛନ୍ତି। ଫଳରେ ଦାରିଦ୍ର୍ୟ ଓ ବେକାରୀ ଭଳି ସମସ୍ୟା ନିର୍ବାଚନର ଆଲୋଚ୍ୟ ପ୍ରସଙ୍ଗ ହୋଇ ପାରିବ ନାହିଁ। ଜନସାଧାରଣ ସତର୍କ ରହିବା ଉଚିତ।

ଲୋକସଭା ନିର୍ବାଚନରେ ବିଜେପିକୁ ମୁକାବିଲା କରିବା ନିମନ୍ତେ ସମାଜବାଦୀ ପାର୍ଟି ଓ ବିଏସ୍‌ପି ମେଣ୍ଟ କରିଛନ୍ତି।

ଆସନ୍ତା ଏପ୍ରିଲ୍‌ ୧୧, ୧୮, ୨୩, ୨୯, ମେ ୬, ୧୨ ଓ ୧୯ ତାରିଖରେ ସାତଟି ପର୍ଯ୍ୟାୟରେ ନିର୍ବାଚନ କରାଯିବ। ମେ ୨୩ ତାରିଖ ରେ ଭୋଟ୍‌ ଗଣନା ଆରମ୍ଭ ହେବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.