ନୂଆଦିଲ୍ଲୀ: ରବିବାର ଦିନ ୭୧ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଚ୍ଛ ଥିବା କମଳା ରଙ୍ଗର ‘ବନ୍ଧେଜ’ ପଗଡ଼ି ପରିଧାନ କରିଥିଲେ।
ଲୁଗାକୁ ଚିତ୍ରବିଚିତ୍ର କରିବାକୁ ‘ବନ୍ଧେଜ’ ହେଉଛି ଗୋଟାଏ କୌଶଳ। ରାଜସ୍ଥାନ ଏବଂ ଗୁଜରାଟ ଆଦି ରାଜ୍ୟରେ ‘ବନ୍ଧେଜ’ ପ୍ରଣାଳୀ ଅର୍ଥାତ୍ ଲୁଗାକୁ ବାନ୍ଧି ରଙ୍ଗିନ କରାଯାଏ।
ସ୍ୱାଧୀନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ ପଗଡ଼ି ପରିଧାନ କରିବାକୁ ପସନ୍ଦ କରନ୍ତି।
/sambad/media/post_attachments/wp-content/uploads/2020/01/EPLfcEZVAAAVljk-1-300x166.jpg)
ସାଧାରଣତନ୍ତ୍ର ଦିବସ ପରେଡ୍ରେ ପହଞ୍ଚିବା ପୂର୍ବରୁ ପାରମ୍ପରିକ କୁର୍ତ୍ତା, ପାଇଜାମା ଓ ଜ୍ୟାକେଟ୍ ପରିଧାନ କରିଥିବା ମୋଦୀ ‘ଇଣ୍ଡିଆ ଗେଟ୍’ ଖିଲାଣ ତଳେ ଥିବା ‘ଅମର ଜବାନ ଜ୍ୟୋତି’ ପରିବର୍ତ୍ତେ ପ୍ରଥମ ଥର ଲାଗି ନବ ନିର୍ମିତ ‘ଜାତୀୟ ଯୁଦ୍ଧ ସ୍ମାରକୀ’ ଠାରେ ସହିଦ ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଗତବର୍ଷ ଫେବ୍ରୁଆରି ମାସରେ ଇଣ୍ଡିଆ ଗେଟ୍ ପରିସରସ୍ଥିତ ଚନ୍ଦ୍ରତାପ ପଛପଟେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସ୍ମାରକୀ ଉଦ୍ଘାଟନ କରିଥିଲେ।‘ଅମର ଚକ୍ର’, ‘ବୀର ଚକ୍ର’, ‘ତ୍ୟାଗ ଚକ୍ର’, ଏବଂ ‘ରକ୍ଷକ ଚକ୍ର’ ପୀଠ ଥିବା ‘ଜାତୀୟ ଯୁଦ୍ଧ ସ୍ମାରକୀ’ ପ୍ରାୟ ୪୦ ଏକର ଜମିରେ ନିର୍ମିତ। ‘ଜାତୀୟ ଯୁଦ୍ଧ ସ୍ମାରକୀ’ରେ ରହିଛି ମୁଗୁନି ପଥର ଫଳକରେ ସୁବର୍ଣ୍ଣ ଅକ୍ଷରରେ ଖୋଦିତ ୨୫, ୯୪୨ ଜଣ ସୈନିକଙ୍କ ନାମ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/EPLfcEYVAAEVHiS-1.jpg)