ନୂଆଦିଲ୍ଲୀ: ସୋମବାର ପୂର୍ବାହ୍ନରେ ୧୭ତମ ଲୋକସଭାର ଉଦ୍ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ପରେ ନବନିର୍ବାଚିତ ସାଂସଦମାନଙ୍କ ଶପଥ ଗ୍ରହଣ ଆରମ୍ଭ ହୋଇଛି।
ଏହା ପୂର୍ବରୁ ରାଷ୍ଟ୍ରପତି ଭବନରେ ବିଜେପି ସାଂସଦ ବୀରେନ୍ଦ୍ର କୁମାର ୧୭ତମ ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ଗ୍ରହଣ କରିଥିଲେ।
/sambad/media/post_attachments/wp-content/uploads/2019/06/modi-7-300x169.jpg)
ସଂସଦକୁ ପ୍ରବେଶ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ କି, ବିରୋଧୀ ସାଂସଦଙ୍କ ସଂଖ୍ୟା ଯେତେ ହେଉ ନା କାହିଁକି, ସେମାନଙ୍କର ପ୍ରତ୍ୟେକ କଥାକୁ ଗୁରୁତ୍ୱ ଦିଆଯିବ। ସେ କହିଲେ, ସଂସଦୀୟ ଗଣତନ୍ତ୍ରରେ ବିରୋଧୀ, ବିଶେଷକରି ସକ୍ରିୟ ବିରୋଧୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କର ସଂଖ୍ୟକୁ ନେଇ ବିରୋଧୀମାନେ ଚିନ୍ତିତ ହେବା ଅନାବଶ୍ୟ, ଆମେ ସେମାନଙ୍କର ପ୍ରତ୍ୟେକ କଥାକୁ ଗୁରୁତ୍ୱ ଦେବୁ। ମୋର ଆଶା ସେମାନେ ସକାରାତ୍ମକ ଭାବେ କହିବା ସହ ଗୃହର କାର୍ଯ୍ୟରେ ଭାଗ ନେବେ।
ବିରୋଧୀଙ୍କ ସହ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ଆହୁରି କହିଲେ, ଆମେ ସଂସଦକୁ ଆସିଲା ବେଳେ ‘ପକ୍ଷ’ ଏବଂ ‘ବିପକ୍ଷ’ ଭୁଲି ଯିବା ଉଚିତ। ଆମେ ନିରପକ୍ଷ ଭାବେ କୌଣସି ବିଷୟରେ ଚିନ୍ତା କରିବା ଏବଂ ଦେଶର ବୃହତ୍ତର ସ୍ୱାର୍ଥ ପାଇଁ ଉତ୍ସାହର ସହ କାର୍ଯ୍ୟ କରିବା ଉଚିତ।
ମୋ ଅନୁଭୂତି କହୁଛି ଯେ ସଂସଦ ସୁରୁଖୁରୁରେ ଚାଲିଲେ ଆମେ ଭାରତବାସୀଙ୍କର ଅସୁମାରି ଆକାଙ୍କ୍ଷା ପୂରଣ କରିପାରିବା।