୯ ବର୍ଷିୟ ଫିଲିପ୍ପିନୀୟ ବାଳକକୁ ଭେଟିବାକୁ ସମୟ କାଢ଼ିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଜଣେ ୯ ବର୍ଷିୟ ବାଳକକୁ ଭେଟିବା ନିମନ୍ତେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟସ୍ତବହୁଳ ଆସିଆନ୍‌ ଶିଖର ବୈଠକ କାର୍ଯ୍ୟନିର୍ଘଣ୍ଟରୁ ସମୟ କାଢ଼ିବା ଥିଲା ଗୋଟାଏ ଆନନ୍ଦପ୍ରଦାୟକ ମୁହୂର୍ତ୍ତ।

ଆଣ୍ଠୁ ତଳକୁ ଗୋଡ଼ କଟିଯାଇ ରବର ଆଧାରିତ ପ୍ରସିଦ୍ଧ ’ଜୟପୁରୀ ପାଦ’ ଖଞ୍ଜାଯାଇଥିବା ହଜାର ହଜାର ଫିଲିପ୍ପିନୀୟଙ୍କ ମଧ୍ୟରୁ ଫିଲିପ୍ପିନ୍‌ସ୍‌ ଅନ୍ତର୍ଗତ ବୁଲାକାନ ପ୍ରଦେଶର କାର୍ଲୋ ମିଜେଲ୍‌ ସିଲବାନୋ ନାମଧ୍ୟେୟ ବାଳକ ଅନ୍ୟତମ।

ଚଲାବୁଲା କରିବାରେ ଜୟପୁର ପାଦ କେମିତି ତାକୁ ସହାୟତା କରୁଛି ବୋଲି ଗୋଟିଏ ଫଟୋରେ କାର୍ଲୋ ଆଦରଶୀଳ ପ୍ରଧାନମନ୍ତ୍ରୀଙ୍କୁ ଦେଖାଉଥିବାର ଦୃଶ୍ୟ ରହିଛି। ମାନିଲାସ୍ଥିତ ମହାବୀର ଫିଲିପ୍ପିନ୍‌ ଫାଉଣ୍ଡେସନ୍‌ ଇନ୍‌କର୍ପୋରେଟେଡ୍‌ର ଗୋଟିଏ ସ୍ଥାନରେ ମୋଦି ଏବଂ ସେ ୯ ବର୍ଷିୟ ବାଳକଙ୍କ ଭେଟ ହୋଇଥିଲା।

ଜଣେ ପୁଲିସବାଲା ହେବାକୁ ଚାହୁଁଛି ବୋଲି କାର୍ଲୋ ପ୍ରଧାନମନ୍ତ୍ରୀଙ୍କୁ କହିଛି। ସାକ୍ଷାତ୍‌କାର ସମ୍ପର୍କରେ ପ୍ରଧାନମନ୍ତ୍ରୀ ଟୁଇଟ୍‌ କରିଛନ୍ତି। ମାନିଲାସ୍ଥିତ ମହାବୀର ଫାଉଣ୍ଡେସନ୍‌ ଗସ୍ତ ଚମତ୍କାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ବିଶ୍ୱର ସବୁଠୁ ବଡ଼ ଅଙ୍ଗ ଖଞ୍ଜୁଥିବା ସୋସାଇଟି ବୋଲାଉଥିବା ଭାରତସ୍ଥିତ ‘ଭଗବାନ ମହାବୀର ବିକଳାଙ୍ଗ ସହାୟତା ସମିତି’ ୪୦ ବର୍ଷ ତଳୁ ‘ଜୟପୁର ପାଦ’ ତିଆରି କରି ଆସୁଛି।

୧୯୮୯ ମସିହାରେ ପ୍ରତିଷ୍ଠିତ ମହାବୀର ଫାଉଣ୍ଡେସନ୍‌ ପ୍ରାୟ ୧୫୦୦୦ ଫିଲିପ୍ପିନୀୟଙ୍କଠାରେ ଜୟପୁର ପାଦ ଖଞ୍ଜି ସେମାନଙ୍କୁ ନୂତନ ଜୀବନ ଜିଅାଁଇଛି।

ସମ୍ବନ୍ଧିତ ଖବର