ଦଳିତ ନେତା ସୀତାରାମଙ୍କ ପ୍ରତି ସମବେଦନା ଦେଖାଇ କଂଗ୍ରେସକୁ ତାତ୍ସଲ୍ୟ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାନ୍ଧୀ ପରିବାରକୁ ଏଇ କିଛି ଦିନ ଭିତରେ ଦୁଇ ଥର ଆକ୍ରମଣ କରି ସାରିଲେଣି। ଅଭିଯୋଗ ଆଣିଛନ୍ତି ଯେ କଂଗ୍ରେସ ଦଳିତ ନେତା ସୀତାରାମ କେଶରୀଙ୍କୁ ନିଜର ସଭାପତିତ୍ୱ ପୂରା କରିବା ପାଇଁ ୫ ବର୍ଷ ଧରି ସମୟ କି ସୁଯୋଗ ଦେଇନାହିଁ। ମୋଦି ଛତିଶଗଡ଼ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଏପରି କହିଛନ୍ତି। ସେ କହିଛନ୍ତି କି ଗାନ୍ଧୀ ପରିବାର ଚତୁର୍ଥ ପିଢ଼ି ଦେଶକୁ ଶାସନ କରିବାକୁ ଚାହେଁ। ଏହା ଦ୍ୱାରା ପରିବାରକୁ ଲାଭ ହୋଇପାରେ, ଦେଶବାସୀ କିଛି ଲାଭ ପାଇବେ ନାହିଁ।

‘ଦେଶ ସୀତାରାମ କେଶରୀଙ୍କୁ ଜାଣେ। ଯିଏ କି ଜଣେ ଦଳିତ। ତାଙ୍କୁ କଂଗ୍ରେସରେ ସଭାପତି ଭାବେ ତାଙ୍କର ୫ ବର୍ଷ ପୂରା କରିବାକୁ ଦିଆଗଲା ନାହିଁ। ସୋନିଆ ଗାନ୍ଧୀଙ୍କୁ ନୂଆ ଦଳ ମୁଖ୍ୟ କରିବା ପାଇଁ ସୀତାରାମଙ୍କୁ ଦଳରୁ କାଢ଼ି ରାସ୍ତାକୁ ଫୋପାଡ଼ି ଦିଆଗଲା।’ ବୋଲି ପ୍ରଧାନମନ୍ତ୍ରୀ ମୋଦି ରବିବାର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ନିକଟରେ ଶିଶୁ ଦିବସ ଅବସରରେ କଂଗେଅସର ବରିଷ୍ଠ ନେତା ଶଶୀ ଥରୁର୍‌ ମୋଦିଙ୍କୁ ଅପମାନିତ କଲା ପରି କହିଥିଲେ କି ନେହେରୁଙ୍କ ପାଇଁ ଜଣେ ଚା’ ବାଲା ଆଜି ଦେଶର ପ୍ରଧାନମନ୍ତ୍ରୀ। ଏହାର ଉତ୍ତର ଦେଇ ମୋଦି କହିଥିଲେ ଯେ ମୁଁ ସେଇଦିନ ନେହେରୁ ଗଢ଼ିଥିବା ସାମ୍ବିଧାନିକ ସରଂଚନାକୁ ସମ୍ମାନ କରିବି ଯେଉଁଦିନ ଜଣେ ଅଣ ଗାନ୍ଧୀ ୫ ବର୍ଷ ଧରି କଂଗ୍ରେସ ସଭାପତି ହେବ।

ସମ୍ବନ୍ଧିତ ଖବର