ଏପ୍ରିଲ ୨୬ରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ କରିବେ ମୋଦୀ? ଏକ ନିଉଜ୍‌ ଚ୍ୟାନେଲ ଏହି ଖବର ପ୍ରସାରଣ କରିବା ପରେ ଅନ୍ୟ ଗଣମାଧ୍ୟମ କହିଲେ ମିଛ

ନୂଆଦିଲ୍ଲୀ : ୫ବର୍ଷର ଶାସନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୋଟେ ବି ସାମ୍ବାଦିକ ସମ୍ମିଳନୀ ଡ଼କାଇ ନାହାନ୍ତି । ଏ ମଧ୍ୟରେ ଏପ୍ରିଲ ୨୬ରେ ମୋଦୀ ନିଜର ପ୍ରଥମ ସାମ୍ବାଦିକ ସମ୍ମିଳନୀ ଡ଼କାଇବାକୁ ଯାଉଥିବା ନେଇ ଟାଇମ୍ସ ନାଓ ଖବର ପ୍ରସାରଣ କରିବା ପରେ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ତେବେ ଟାଇମ୍ସ ନାଓ ପକ୍ଷରୁ ଏହି ଖବର ଆଜି ସଂନ୍ଧ୍ୟାରେ ପ୍ରସାରଣ କରାଯିବାର କିଛି ସମୟ ପରେ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ଖବରକୁ ମିଛ ବୋଲି କହିଛି ।

ସୂଚନା ମୁତାବକ, ସଂନ୍ଧ୍ୟା ସମୟରେ ନିଜର ବ୍ରେକିଙ୍ଗ୍‌ ନିଉଜ୍‌ରେ ଟାଇମ୍ସ ନାଓ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୬ରେ ପ୍ରଥମ ସାମ୍ବାଦିକ ସମ୍ମିଳନୀ ଡ଼କାଇବାକୁ ଯାଉଥିବା ନେଇ କହିବା ସହ ସ୍ଥାନ ଏବଂ ସମୟ ମଧ୍ୟ ଜଣାଇଥିଲା । ଏହି ଖବର ଦେଖି ବିଜେପିର ଜଣେ ନେତା ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ ନିଜର ବୟାନ ଦେଇ ଏହାକୁ ୧୧୦ପ୍ରତିଶତ ମିଛ ବୋଲି କହିଥିଲେ । ବିଜେପି ନେତାଙ୍କ ବୟାନ ଆସିବା ପରେ ଇଣ୍ଡିଆନ୍‌ ଏକ୍ସପ୍ରେସ ଟାଇମ୍ସ ନାଓ ଖବରକୁ ମିଛ ବୋଲି କହି ସମାଲୋଚନା କରିଥିଲା । ଯାହା ପରେ ଟାଇମ୍ସ ନାଓ ତୁରନ୍ତ ଟୁଇଟ୍‌ରରେ ଏହି ଖବରକୁ ନେଇ ପୋଷ୍ଟ କରିଥିବା ଭିଡିଓ ହଟାଇ ଦେଇଥିବା ଜଣା ପଡ଼ିଛି ।

Livemint

ଟାଇମ୍ସ ନାଓର ବ୍ରେକିଙ୍ଗ୍‌ ନିଉଜ୍‌ରେ ମୋଦୀ ଏପ୍ରିଲ ୨୬ରେ ବାରଣାସୀର ହୋଟେଲ ତାଜ୍‌ ଗଙ୍ଗେଜ୍‌ରେ ଦିନ ୧୨ଟା ୩୦ମିନିଟ୍‌ରେ ସାମ୍ବାଦିକ ସମ୍ମିଳନୀ ଡ଼କାଇବାକୁ ଯାଉଥିବା କୁହାଯାଇଥିଲା ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର