ବାରାଣସୀରେ ୬୮ତମ ଜନ୍ମଦିନ ପାଳିବେ ପ୍ରଧାନମନ୍ତ୍ରୀ ମୋଦି

ବାରାଣସୀ: ସେପ୍ଟେମ୍ବର ୧୭ ତାରିଖ ଦିନ ତାଙ୍କର ନିର୍ବାଚନ ମଣ୍ଡଳୀ ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦି ୬୮ତମ ଜନ୍ମଦିନ ପାଳନ କରିବେ ବୋଲି ଗୁରୁବାର ଦିନ ଉତ୍ତର ପ୍ରଦେଶରେ ଜଣେ ଜିଲ୍ଲା ଅଧିକାରୀ କହିଛନ୍ତି।

ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସାମଗ୍ରିକ କାର୍ଯ୍ୟନିର୍ଘଣ୍ଟ ପଠାଯାଇଛି। ତଦନୁସାରେ, ମନ୍ଦିର ନଗରୀକୁ ମୋଦିଙ୍କ ଆଗମନ ପାଇଁ ପ୍ରସ୍ତୁତି ଚାଲିଛି।

କାଶୀ ବିଶ୍ୱନାଥ ମନ୍ଦିରରେ ମୋଦି ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରିବା ପରେ ତାଙ୍କ ଜୀବନ ଦ୍ୱାରା ପ୍ରେରିତ ଚଳଚ୍ଚିତ୍ର ‘ଚଲୋ ଜିତେ ହେ’କୁ ଅଳ୍ପ କେତେକ ସ୍କୁଲ୍‌ ପିଲାଙ୍କ ସହ ଦେଖିବେ ବୋଲି ଅଧିକାରୀଜଣକ କହିଛନ୍ତି।

ଜନ୍ମ ଉତ୍ସବ ପାଳନର ସ୍ଥାନ ଏ ଯାବତ୍‌ ସ୍ଥିର ହୋଇ ନାହିଁ।

ରହଣି ସମୟରେ ପ୍ରଧାନମନ୍ତ୍ରୀ କିଛି ବିକାଶମୂଳକ ପ୍ରକଳ୍ପର ମଧ୍ୟ ଲଞ୍ଚ୍‌ କରିବାର ସମ୍ଭାବନା ରହିଛି। ବବତପୁର-ଶିବପୁର ଚାରିଥାକିଆ ରାସ୍ତା, ଫେଜ୍‌ ଓ୍ଵାନ୍‌ ରିଙ୍ଗ୍‌ ରୋଡ୍‌ ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ କିଛି ପ୍ରକଳ୍ପ ଆଦି ଏଥିରେ ଅନ୍ତର୍ଭୁକ୍ତ।

ବୁଧବାର ଦିନ ବାରାଣସୀ ଆସିଥିବା ମୁଖ୍ୟମନ୍ତ୍ରୀ ମୋଦିଙ୍କ ଗସ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର