ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ଦ୍ବାରା ବିଧ୍ବସ୍ତ ପଶ୍ଚିମବଙ୍ଗ ଏବଂ ଓଡ଼ିଶାର ସ୍ଥିତି ସର୍ବେକ୍ଷଣ କରିବେ। ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗ ଗସ୍ତରେ ରହିବେ ଏବଂ ଅପରାହ୍ଣରେ ଓଡ଼ିଶା ଗସ୍ତରେ ଯିବେ।
ପୂର୍ବାହ୍ନ ୧୦: ୪୫ ମିନିଟ୍ରେ ପ୍ରଧାନମନ୍ତ୍ରୀ କୋଲ୍କାତା ବିମାନ ବନ୍ଦରରେ ଅବତରଣ କରିବେ। ୧୦: ୫୦ ମିନିଟ୍ରେ ସେଠାରୁ ହେଲିକପ୍ଟର୍ ଯୋଗେ ବସିରହାଟ ଯାଇ ଆକାଶମାର୍ଗରୁ ସ୍ଥିତି ସେର୍ବେକ୍ଷଣ କରିବେ। ୧୧: ୨୦ରେ ପ୍ରଧାନମନ୍ତ୍ରୀ ବସିରହାଟ ଠାରେ ରାଜ୍ୟ ଅଧିକାରୀମାନଙ୍କ ସହ ଏକ ବୈଠକରେ ଯୋଗ ଦେବେ। ସେଠାରୁ ଅପରାହ୍ଣ ୧୨: ୫୦ରେ କୋଲ୍କାତା ଅଭିମୁଖେ ଯାତ୍ରା ଆରମ୍ଭ କରିବେ। ଅପରାହ୍ଣ ୧: ୨୦ରେ କୋଲ୍କାତା ବିମାନ ବନ୍ଦରରେ ପହଞ୍ଚି ୧: ୩୦ରେ ଭୁବନେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିବେ।
Image Courtesy of Reutersବାତ୍ୟା ଅମ୍ଫାନ୍ ଯୋଗୁଁ ଅନ୍ୟୂନ ୭୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ହଜାର ହଜାର ଲୋକଙ୍କୁ ବାସହୀନ କରିପକାଇଛି। ଗୁରୁବାର ରାତିରେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଥିଲେ ଯେ ସେ ଆକାଶମାର୍ଗରୁ ସର୍ବେକ୍ଷଣ କରିବା ପରେ ସମୀକ୍ଷା ବୈଠକରେ ଭାଗନେବେ। ସେଠାରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/pm-modi-6.jpg)