ଆଜି ମୋଦୀଙ୍କ ଗୁଜରାଟ ଗସ୍ତ, ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ କରିବେ

ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଏହି ଦିନିକିଆ ଗସ୍ତରେ ଗୁଜରାଟରେ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଗୁଜରାଟ ଫରେନସିକ୍‌ ସାଇନ୍ସ ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ସହ ସୋମନାଥ ମନ୍ଦିର ଟ୍ରଷ୍ଟର ଏକ ବୈଠକରେ ମଧ୍ୟ ଯୋଗଦେବେ ବୋଲି ଜଣାପଡ଼ିଛି। ସୋମନାଥ ମନ୍ଦିର ଟ୍ରଷ୍ଟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ରାଜଭବନ ପରିସରରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର