ମେ’ ୧୧ରେ ମୋଦିଙ୍କ ନେପାଳ ଗସ୍ତ; ମେ’ ୧୦ରେ ମିଅାଁମାର୍‌ ଗସ୍ତରେ ଯିବେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୧୧ ତାରିଖରେ ଦୁଇ ଦିନିଆ ନେପାଳ ଗସ୍ତରେ ଯାଉଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ମଧ୍ୟ ଦୁଇ ଦିନିଆ ଗସ୍ତରେ ମେ’ ୧୦ ତାରିଖ ଦିନ ମିଅାଁମାର୍‌ ଗସ୍ତରେ ଯାଉଛନ୍ତି।

ଏହା ହେବ ମୋଦିଙ୍କ ତୃତୀୟ ନେପାଳ ଗସ୍ତ। ଏପ୍ରିଲ୍‌ ମାସରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କର ତିନି ଦିନିଆ ଭାରତ ଗସ୍ତ ପରେ ମୋଦି ନେପାଳ ଗସ୍ତରେ ଯାଉଛନ୍ତି। ପତ୍ନୀ ରାଧିକା ଶାକ୍ୟ ଏବଂ ମନ୍ତ୍ରୀ, ସାଂସଦ, ସଚିବ ଏବଂ ଅନ୍ୟାନ୍ୟ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଓଲି ଭାରତ ଗସ୍ତରେ ଆସିଥିଲେ।

ମେ ୧୦ ତାରିଖ ଦିନ ସ୍ୱରାଜ ମଧ୍ୟ ୨ ଦିନିଆ ମିଅାଁମାର ଗସ୍ତରେ ଯାଉଛନ୍ତି। ଗସ୍ତ କାଳରେ ଦ୍ୱିପାକ୍ଷିକ ଆଲୋଚନା ସହ ଆଞ୍ଚଳିକ ସମସ୍ୟା କଥା ମଧ୍ୟ ପଡ଼ିବ। ଗତ ବର୍ଷ ହିଂସା ଯୋଗୁଁ ରାଖିନି ଛାଡ଼ି ପଳାଇ ଥିବା ହଜାର ଜହାର ରୋହିଙ୍ଗ୍ୟା ମୁସଲମାନ ଶରଣାର୍ଥୀଙ୍କ ପ୍ରସଙ୍ଗ ମଧ୍ୟ ଆଲୋଚନା କରାଯାଇ ପାରେ।

ସ୍ୱରାଜ ମିଅାଁମାରର ଶୀର୍ଷସ୍ତରୀୟ ନେତାଙ୍କ ସହ ଆଲୋଚନା କରିବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର କରିବେ।

ସମ୍ବନ୍ଧିତ ଖବର