ଡୋନାଲ୍‌ଡ୍‌ ଓ ମେଲାନିଆ ଟ୍ରମ୍ପ୍‌ଙ୍କ ସହ ତାଜମହଲ ବୁଲି ଯିବେ ନାହିଁ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‍ ଲେଡି ମେଲାନିଆଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଗ୍ରାର ତାଜମହଲ ବୁଲି ଯିବେନାହିଁ। କିନ୍ତୁ, ଟ୍ରମ୍ପ୍‌ଙ୍କ ଅହମଦାବାଦ ଗସ୍ତ ସମୟରେ ମୋଦୀ ତାଙ୍କ ସହ ରହିବେ ବୋଲି ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।

ଟ୍ରମ୍ପ୍‌ ଦମ୍ପତିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଗ୍ରାର ତାଜମହଲ ବୁଲି ଯାଉଥିବା କଥା କେତେକ ଗଣମାଧ୍ୟମ କରିଥିବା ରିପୋର୍ଟ ସତ୍ୟ ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି।

Image Source: Oneindia

କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ ଆଗ୍ରା ଭ୍ରମଣ ସମୟରେ ଟ୍ରମ୍ପ୍‌ ଦମ୍ପତି ଏକାନ୍ତରେ ଐତିହାସିକ ସ୍ମାରକୀ ତାଜମହଲ ଦର୍ଶନ କରିବା ନିମନ୍ତେ ବନ୍ଦୋବସ୍ତ ହୋଇଛି। ତେଣୁ ସେଠାରେ ଭାରତର କୌଣସି ବରିଷ୍ଠ ତଥା ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ ନାହିଁ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ଫେବ୍ରୁଆରି ୨୪ ତାରିଖ ଦିନ ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌ ଅହମଦାବାଦ ଗସ୍ତ କରିବେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କୁ ସ୍ୱାଗତ ଜଣାଇବେ। ଅହମଦାବାଦରେ ରାଷ୍ଟ୍ରପତି ଟ୍ରମ୍ପ୍‌ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଯୋଗ ଦେବେ।

ସମ୍ବନ୍ଧିତ ଖବର