ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହି କାର୍ଯ୍ୟ ଭାରତ ଇତିହାସରେ ପ୍ରଥମ: ତାଙ୍କର ଏପରି ଅଚାନକ ନିଷ୍ପତ୍ତି ସଭିଁଙ୍କୁ କଲା ଚକିତ

ନୂଆଦିଲ୍ଲୀ: ଦିଲ୍ଲୀର ଦିନ୍‌ ଦୟାଲ୍‌ ଉପାଧ୍ୟାୟ ମାର୍ଗରେ ଥିବା ଭ‌ାରତୀୟ ଜନତା ପାର୍ଟି(ବିଜେପି) ମୁଖ୍ୟ କାର୍ଯ୍ୟାଳୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମର ଶରୀରକୁ ନିଆଯିବା ବେଳେ ବତ୍ତର୍ମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶବଯାତ୍ରା ପଛେ ପଛେ ପାଦରେ ଚାଲି ଚାଲି ଯିବା ଘଟଣା ସଭିଙ୍କୁ ଚକିତ କରିଛି। ଏଯାବତ୍‌ କୌଣସି ବି ପ୍ରଧାନମନ୍ତ୍ରୀ କାହାରି ମରଶରୀର ପଛରେ ଏଭଳି ଭାବେ ଚାଲି ଚାଲି ଯାଇନଥିଲେ। ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କର ଏହି ଯାତ୍ରା ଏକ ଇତିହାସ ରଚିଛି। ମୋଦି ଯେତେବେଳେ ନିଜ କାର୍‌ରେ ନଯାଇ ପାଦରେ ଚାଲି ଚାଲି ଯାଇଥି‌େଲ ତାହା ଦେଖି ଦେଖଣାହାରୀ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ପୂର୍ବରୁ ସେ ଚାଲିକରି ଯିବେ ବୋଲି କୌଣସି ଯୋଜନା ନଥିଲା। ସେ ଅଚାନକ ଭାବେ ଚାଲ ଚାଲ ହୋଇ ବାଜ‌େପୟୀଙ୍କ ଶବଯାତ୍ରା ପଛରେ ଯାଇଥିଲେ। କେବଳ ମୋଦି ନୁହେଁ, ତାଙ୍କ ସହ ପୂରା ମନ୍ତ୍ରିମଣ୍ଡଳ ଓ ସୁରକ୍ଷାକର୍ମୀ ବି ଚାଲିକରି ଯାଇଥିଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଶେଷକୃତ୍ୟ ହେବା ପାଇଁ  ସ୍ଥିରୀକୃତ ସ୍ଥାନ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଆଡ଼େ ମୋଦି ଅଚାନକ ଭାବେ ପାଦରେ ଚାଲି ମୁହାଁଇଥିଲେ। ପ୍ରଧ‌ାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ପୁଲିସ୍‌କୁ ମୋଦି ଚାଲିକରି ଯିବେ ବୋଲି ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଚାଲିକରି ଯିବେ ବେ‌ାଲି ଖବର ପାଇବା ପରେ ପୁଲିସ୍‌ ପକ୍ଷରୁ ସଚେତନତା ବୃଦ୍ଧି ପାଇଥିଲା।

ମୋଦିଙ୍କ ପଛେ ପଛେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା, ବିଜୟ ରୁପାନି, ଶିବରାଜ ଚୌହ୍ବାନ, ଯୋଗୀ ଆଦିତ୍ୟନାଥ ଏବଂ ଦେବେନ୍ଦ୍ର ଫଡ୍‌ନାଭିସ୍‌ ଆଦି ମଧ୍ୟ ମୋଦିଙ୍କ ପଛେ ପଛେ ପାଦରେ ଚାଲି ଚାଲି ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଆଡ଼େ ଯାଇଥିଲେ।

ସମ୍ବନ୍ଧିତ ଖବର