ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସ୍ୱତନ୍ତ୍ର ସାକ୍ଷାତ୍‌କାର: ପୂରା ଦେଶ ମୋତେ ପଢୁ, ଦେଶବାସୀ ସେମାନଙ୍କ ମନରେ ଥିବା ପ୍ରଶ୍ନର ଉତ୍ତର ପାଆନ୍ତୁ

0

ସାମ୍ବାଦିକ ଶଶି ଶେଖରଙ୍କୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ସାକ୍ଷାତ୍‌କାର ଦେଇ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିଛନ୍ତି। 

ପ୍ରଶ୍ନ: ଆପଣ ପ୍ରଧାନମନ୍ତ୍ରୀ ଭାବେ ୫ ବର୍ଷ ବିତାଇ ସାରିଲେଣି। ଏହି ବର୍ଷଗୁଡ଼ିକ କିପରି କଟିଛି?
ଉତ୍ତର: ଏହା ଖୁବ ସନ୍ତୋଷଜନକ ଏବଂ  ବର୍ଷଗୁଡ଼ିକ ଅତ୍ୟନ୍ତ ଭଲ ଥିଲା। ଏହି ୫ ବର୍ଷର ଅଭିଜ୍ଞତାରୁ ମୁଁ ଏହା ଶିଖିଲି ଯେ ଭାରତ ପାଖରେ ସବୁ କ୍ଷମତା ଥାଇ ମଧ୍ୟ କାହିଁକି ଭାରତ ଏକ ବିକଶିତ ରାଷ୍ଟ୍ର ନହୋଇ ବିକାଶନ୍ମୁଖୀ ରାଷ୍ଟ୍ର ହୋଇ ରହିଛି?

ପ୍ରଶ୍ନ: ଶାସନ କାଳ ମଧ୍ୟରେ ମିଳିଥିବା କେଉଁ ୩ଟି ସଫଳତାରେ ଆପଣ ବେଶ୍‌ ସନ୍ତୁଷ୍ଟ?
ଉତ୍ତର: ମୋତେ ବିଭିନ୍ନ ପ୍ରକାରର ସଫଳତା ମିଳିଛି। କେବଳ ୩ଟି ସଫଳତାର ନାମ ନେଲେ ଅନ୍ୟଗୁଡ଼ିକ ପ୍ରତି ଅନ୍ୟାୟ ହେବ।

ପ୍ରଶ୍ନ: ଶାସନ କ୍ଷମତାକୁ ଆସିବା ସମୟରେ ଆପଣ କିଛି ପ୍ରତିଶ୍ରୁତି ଦେଇଥିଲେ। ଆପଣଙ୍କୁ ଲାଗୁଛି କି ସେ ସବୁ ପୂରା ହୋଇଛି?
ଉତ୍ତର: ଯଦି ସବୁ କିଛି ପୂରା କରିପାରିଥାନ୍ତି ତେବେ ପୃଥିବୀଟା ଅଟକିଲା ପରି ଲାଗିଥାନ୍ତା। ଜୀବନରେ ଆଗକୁ ବଢ଼ିବା ପାଇଁ ନୂଆ ଶକ୍ତି, ନୂଆ ଆକାଂକ୍ଷା ଓ ସଂକଳ୍ପରୁ ଖୋଜିବା ଆବଶ୍ୟକ।

ପ୍ରଶ୍ନ: ଆପଣଙ୍କ ଲାଗୁଛି କି ବିମୁଦ୍ରାକରଣ ଏକ ସଫଳ ପଦକ୍ଷେପ?
ଉତ୍ତର: ବିମୁଦ୍ରାକରଣକୁ ନେଇ ମୁଁ ଖୁବ୍‌ ଖୁସି। ମୋ କାର୍ଯ୍ୟକାଳ ଭିତରେ ମୁଁ କିଛି କଳାଧନର ମୂଳପୋଛ କରିପାରିଛି ତାହାଠୁ ସନ୍ତୋଷଜନକ କଥା ଆଉ କ’ଣ ହୋଇପାରେ?

ପ୍ରଶ୍ନ: ମାତ୍ର ବିମୁଦ୍ରାକରଣକୁ ତ ନିର୍ବାଚନରେ ଆପଣଙ୍କ ବିରୋଧରେ ଅସ୍ତ୍ର କରାଯାଉଛି।
ଉତ୍ତର: ବିରୋଧୀ ଦଳ ଏସବୁ କରିବା ବହୁ ପୂର୍ବରୁ ଆରମ୍ଭ କରି ସାରିଛନ୍ତି। ଉତ୍ତରପ୍ରଦେଶରେ ବି ଏହି ମନ୍ତ୍ର ବିନିଯୋଗ କରିଥିଲେ। ମାତ୍ର ଖୁବ୍‌ ଦୟନୀୟ ଭାବେ ହାରିଲେ।

India Today

ପ୍ରଶ୍ନ: ଅଭିଯୋଗ ଆସିଛି ଯେ ବିମୁଦ୍ରାକରଣ ସଂପର୍କିତ ତଥ୍ୟ ନକଲି ?
ଉତ୍ତର: ଯେଉଁମାନେ ଏପରି କହୁଛନ୍ତି ସେମାନେ ଦେଶର ବିରାଟ କ୍ଷତି ଘଟାଉଛନ୍ତି।

ପ୍ରଶ୍ନ: ବର୍ତ୍ତମାନ ରାଜନୀତିରେ ବିଭିନ୍ନ ପ୍ରକାର କୁଭାଷା ପ୍ରୟୋଗ କରାଯାଉଛି। ଏହାକୁ ରୋକିବା ପାଇଁ ରାଜନେତାମାନେ ଉଦ୍ୟମ କରିବେ କି?
ଉତ୍ତର: ରାତାରାତି ଏପରି ସମସ୍ୟାର ସମାଧାନ କରିବା ଅସମ୍ଭବ। ଯେଉଁଠି ସୋନିଆ ଗାନ୍ଧୀଙ୍କ ପରି ନେତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦେଶଦ୍ରୋହୀ ଓ ମୋଦି ମୃତ୍ୟୁର ସୌଦାଗର ବୋଲି କହିପାରୁଛନ୍ତି, ସେଠାରେ କିପରି ସମ୍ଭବ।

ପ୍ରଶ୍ନ: ନିକଟରେ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାରରେ ଅନେକ ପ୍ରତିଶ୍ରୁତି ଦେଇଛି। ଆପଣ ତାକୁ କଟାକ୍ଷ ବି କରିଛନ୍ତି। ସେ ସଂପର୍କରେ କ’ଣ କହିବେ?
ଉତ୍ତର: ଜବାହାରଲାଲ ନେହେରୁ ଦାରିଦ୍ର ଦୂରୀକରଣ ବୋଲି ଏକ ସ୍ଲୋଗାନ୍‌ ଆରମ୍ଭ କରିଥିଲେ। ତାହାକୁ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କେବଳ ମୁହଁରେ କହି ବ୍ୟବହାର କରି ଆସୁଛନ୍ତି। ସେମାନେ ଏପରି ପ୍ରତିଶ୍ରୁତି ପ୍ରତି ଥର ଦେଇଥାନ୍ତି।

ପ୍ରଶ୍ନ: କେତେକ ଗୁଣୀବ୍ୟକ୍ତି ଏକାଠି ମିଶି ଆପଣଙ୍କ ବିରୋଧରେ ଭୋଟ ମାଗୁଛନ୍ତି। ସେମାନଙ୍କ ବିଷୟରେ ଆପଣ କ’ଣ କହିବେ?
ଉତ୍ତର: ସେମାନେ କିଏ ମୁଁ ଜାଣନା। ମାତ୍ର ଏତକି ଜାଣେ ସେ ବୋଧେ ପୂର୍ବ ସରକାରଙ୍କଠାରୁ ସେ ସବୁ କିଛି ପାଉଥିଲେ ଯାହା ଏବେ ପାଉନାହାନ୍ତି। ସମ୍ମାନ, ପୁରସ୍କାର, ସେମାନଙ୍କ ପିଲାମାନଙ୍କ ବିଦେଶରେ ପଢ଼ିବାର ବନ୍ଦୋବସ୍ତ ଇତ୍ୟାଦି।

ପ୍ରଶ୍ନ: ଆତଙ୍କବାଦ କ୍ଷେତ୍ରରେ ଆପଣ ଶୂନ୍ୟ ସହଣୀୟତା ନୀତି ଅବଲମ୍ବନ କରଛନ୍ତି। ଆପଣଙ୍କୁ ଲାଗୁଛି କି ପୁଲଓ୍ଵାମା ଆକ୍ରମଣ କିଛି ବିଶେଷ ପ୍ରଭାବ ପକାଇଛି।
ଉତ୍ତର: ସାରା ବିଶ୍ୱ ଆତଙ୍କବାଦ ବିରେଧରେ ଲଢ଼େଇ କରୁଛି। ଆମର କର୍ତ୍ତବ୍ୟ ହେଉଛି ବିଶ୍ୱକୁ ଜଣାଇବା କି ପାକିସ୍ତାନ ଆତଙ୍କବାଦୀଙ୍କୁ ସୃଷ୍ଟି କରୁଛି। ସାରା ବିଶ୍ୱ ଆମକୁ ସମର୍ଥନ ବି ଦେଉଛି। ଏୟାର୍‌ ଷ୍ଟ୍ରାଇକ୍‌ ପରେ ଅନେକ ସମର୍ଥନ ମିଳିଛି ଭାରତକୁ।

ପ୍ରଶ୍ନ: ଆପଣଙ୍କୁ ଲାଗୁଛି କି ପାକିସ୍ତାନ ସହ କଥାବାର୍ତ୍ତାର କୌଣସି ସମ୍ଭାବନା ନାହିଁ? କେବଳ ଅନ୍ତରାଷ୍ଟ୍ରୀୟ ମଞ୍ଚ ଉପରେ ହିଁ କଥାବାର୍ତ୍ତା ସମ୍ଭବ?
ଉତ୍ତର: ପ୍ରାରମ୍ଭରୁ ମୁଁ ସବୁବେଳେ ବନ୍ଧୁତାର ହାତ ବଢ଼ାଇଛି। ମାତ୍ର ତା’ ପରେ ଯାହା ସବୁ ଘଟିଛି ତାହା ପୂରା ବିଶ୍ୱ ଦେଖିଛି।

ପ୍ରଶ୍ନ: ରାଫେଲ୍‌ ଚୁକ୍ତି ବିବାଦୀୟ ହୋଇପଡ଼ିଛି। ସେ ସଂପର୍କରେ କ’ଣ କହିବେ?
ଉତ୍ତର: କିଛି ବିବାଦୀୟ ହୋଇନି। ଗଣମାଧ୍ୟମ ଏହାକୁ ବଢ଼ାଇଚଢ଼ାଇ ଉପସ୍ଥାପନା କରୁଛି। ବିନା ପ୍ରମାଣରେ ୧୨୫ ବର୍ଷର ଦଳ କଂଗ୍ରେସ ଅଭିଯୋଗ ଲଗାଇ ଚାଲିଛି।

ପ୍ରଶ୍ନ: ଯଦି ଏ ଦେଶର ନାଗରିକ ପୁଣି ଥରେ ଆପଣଙ୍କୁ ବିଶ୍ୱାସ କରନ୍ତି ତ ଆପଣଙ୍କ ପ୍ରଥମ କାର୍ଯ୍ୟ କ’ଣ ହେବ?
ଉତ୍ତର: ବିଜେପି ଏଥର ୨୦୧୪ ମସିହା ଅପେକ୍ଷା ଅଧିକ ଆସନରେ ବିଜୟ ଲାଭ କରିବ। ପ୍ରଥମ ନିଷ୍ପତ୍ତି କିମ୍ବା ଶେଷ ନିଷ୍ପତ୍ତିର କଥା ନୁହେଁ ଲୋକଙ୍କ ପାଇଁ ଏକ ଚମତ୍କାର ସରକାର ଗଠନ ହେବ।

ପ୍ରଶ୍ନ: ଜଣେ ପ୍ରଧାନମନ୍ତ୍ରୀ ନୁହେଁ କିନ୍ତୁ ନରେନ୍ଦ୍ର ମୋଦୀ ହିସାବରେ ନିଜକୁ ନିଅନ୍ତୁ। ଆପଣଙ୍କ ଜୀବନରେ ଅନେକ ଯାତ୍ରା ଯାଇଛି। ଏହା କିପରି କଟିଛି?
ଉତ୍ତର: ମୁଁ ଜଣେ ମଣିଷ ପରି ବଞ୍ଚିଛି।

ଶେଷରେ ମୋଦୀ କହିଛନ୍ତି କି ମୁଁ ତୁମକୁ ଏହି ସାକ୍ଷାତ୍‌କାର ଦେଇ ଚାହୁଁଛି ଯେ ଏହି ସାକ୍ଷାତ୍‌କାର ଜରିଆରେ ପୂରା ଦେଶ ମୋତେ ପଢୁ। ପୂରା ଦେଶକୁ  ତା’ର ପ୍ରଶ୍ନର ଉତ୍ତର ମିଳୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.