ମୋଦିଙ୍କୁ ତାଙ୍କ ଘରେ ଭେଟିବେ କି, ଜାଣନ୍ତୁ ଉପାୟ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଚାଁହୁଛନ୍ତି କେମିତି ଭେଟିବେ ଜାଣନ୍ତି କି ଆଜି ଆମେ ଆପଣଙ୍କୁ କହିବୁ ଏହାର ବାଟ |

ମୋଦିଙ୍କ ଘର ଠିକଣା

ମୋଦି ଦିଲ୍ଲୀରେ ଲୁଟିୟାନ୍ସ ଜୋନର ଲୋକ ଜନନାୟକ ମାର୍ଗର ୭ ନମ୍ବର ବଙ୍ଗଳାରେ ରୁହନ୍ତି | ପୂର୍ବରୁ ଏହାକୁ ରେସ କୋର୍ସ ରୋଡ଼ କୁହାଯାଉଥିଲେ ବି ଏବେ ଏହାର ନାମ ପରିବର୍ତ୍ତନ କରାଯାଇ ଲୋକ ଜନନାୟକ ମାର୍ଗ କୁହାଯାଉଛି | ୨୦୧୪ରୁ ମୋଦି ଏହି ଘରେ ରହିଆସୁଛନ୍ତି ପ୍ରାୟ ୧୨ ଏକର ପରିମିତ ଜାଗାରେ ନିର୍ମିତ ଏହି ଘର ୧୯୮୦ ମସିହାରେ ନିର୍ମାଣ କରାଯାଇଥିଲା |ଏଠାରେ ୫ଟି ବଙ୍ଗଳା ରହିଛି | ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ବାସଗୃହ, ସୁରକ୍ଷା ପ୍ରତିଷ୍ଠାନ, ଗେଷ୍ଟ ହାଉସ ଓ ଏସପିଜି ଯବାନଙ୍କ ପାଇଁ ଏକ ବଙ୍ଗଳା ରହିଛି | ଏ ସବୁକୁ ମିଶାଇ ଏହାକୁ ୭ ଲୋକ କଲ୍ୟାଣ ମାର୍ଗ କୁହାଯାଏ |

ଜାଣନ୍ତୁ ମୋଦିଙ୍କୁ ଭେଟିବାର ଉପାୟ 

ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପ୍ରବେଶ କରିବାକୁ ହେଲେ ୯ ଲୋକ କଲ୍ୟାଣ ମାର୍ଗ ଦେଇ ଯିବାକୁ ହୁଏ | ପ୍ରଥମେ ପାର୍କିଙ୍ଗ ଦେଇ ଯିବା ପରେ ରିସେପ୍ସନକୁ ଯିବାକୁ ପଡିଥାଏ | ଏଠାରେ ସୁରକ୍ଷାକର୍ମୀ ଯାଞ୍ଚ କରିଥାନ୍ତି | ଏହାପରେ ୭,୫,୩ ଓ ୧ ଲୋକ କଲ୍ୟାଣ ମାର୍ଗ ଦେଇ ଯିବାକୁ ହୋଇଥାଏ | ଏହାପରେ ପ୍ରଧାନମନ୍ତ୍ରୀଙ୍କ ସଚିବଙ୍କୁ ଭେଟିବାକୁ ହୋଇଥାଏ | ଆପଣ ଓ ଆପଣଙ୍କ ସହ ଯାଇଥିବା ସହକର୍ମୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ହୋଇଥାଏ | ଯଦି ଆପଣଙ୍କ ନାମକୁ ସଚିବ ତାଙ୍କ ଲିଷ୍ଟରେ ସାମିଲ କରନ୍ତି ତେବେ ହିଁ ଭେଟିପାରିବେ | କହିରଖୁଛୁ ଯେ ମୋଦିଙ୍କ ଘରକୁ ଯିବାକୁ କଡା ଯାଞ୍ଚ ହୋଇଥାଏ ଏମିତିକି କେହି ପରିବାର ସଦସ୍ୟ ଆସିଲେ ବି ତାଙ୍କୁ ଏହି ଯାଞ୍ଚ କରାଯାଇଥାଏ | ମନେ ରଖନ୍ତୁ ସାଥିରେ ଯେ କୌଣସି ମୂଳ ପରିଚୟ ପ୍ରମାଣପତ୍ର ନେଇଥିବେ |

ସମ୍ବନ୍ଧିତ ଖବର