ମୋଦୀ ପ୍ରଧାନମନ୍ତ୍ରୀ ହେଲେ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି କହିଥିଲେ ଏଚ୍‌ ଡି ଦେବଗୌଡାଙ୍କ ବଡ଼ ପୁଅ, ମୋଦୀ କହିଲେ; ୨୦୧୪ରେ ତୁମ ବାପା ବି ଏଇ କଥା କହିଥିଲେ, କିନ୍ତୁ ନେଲେ ନାହିଁ

ବେଙ୍ଗାଲୁରୁ : ଲୋକସଭା ନିର୍ବାଚନ ଆରମ୍ଭ ହୋଇ ସାରିଥିଲେ ମଧ୍ୟ ନେତାମାନଙ୍କ ମଧ୍ୟରେ ବୟାନବାଜି ଜାରି ରହିଛି । ପ୍ରତିଦିନ ନେତାମାନେ ପରସ୍ପର ବିରୋଧରେ ବୟାନବାଜି କରୁଥିବା ଦେଖା ଯାଇଛି । ଏହି କ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ ଡି ଦେବ୍‌ଗୌଡାଙ୍କ ବଡ଼ ପୁଅ ଏଚ୍‌ ଡି ରେଭନ୍ନା ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେଇ ନିଜର ବୟାନ ରଖିଥିଲେ । ସେ କହିଥିଲେ, ଯଦି ନରେନ୍ଦ୍ର ମୋଦୀ ବାରଣାସୀ ଲୋକସଭା ଆସନରୁ ନିର୍ବାଚିତ ହୋଇ ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ହୁଅନ୍ତି, ତେବେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି । ତାଙ୍କର ଏଭଳି ବୟାନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହି ବୟାନକୁ ନେଇ ନିଜର ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କର୍ଣ୍ଣାଟକର କୋପ୍ପଲରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ସେ ଏଚ୍‌ ଡି ରେଭନ୍ନାଙ୍କ ବୟାନ ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ ।

Moneycontrol

୨୦୧୪ରେ ଏଚ୍‌ ଡି ରେଭନ୍ନାଙ୍କ ବାପା ଏଚ୍‌ ଡି ଦେବ୍‌ଗୌଡାଜୀ ମୁଁ ପ୍ରଧାନମନ୍ତ୍ରୀ ହେଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଥିଲେ । କିନ୍ତୁ ସେଭଳି କିଛି ହେଲା ନାହିଁ । ଏବେ ତାଙ୍କ ବଡ଼ ପୁଅ ଏଚ୍‌ ଡି ରେଭନ୍ନା ୨୦୧୯ରେ ମୁଁ ପ୍ରଧାନମନ୍ତ୍ରୀ ଦେଲେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହୁଛନ୍ତି । ସତରେ କ’ଣ ସେ ସନ୍ନ୍ୟାସ ନେବେ କି? ବୋଲି କହି ପ୍ରଶ୍ନ କରିଥିଲେ ମୋଦୀ ।

ସମ୍ବନ୍ଧିତ ଖବର