ଇଂଲଣ୍ଡ ନିର୍ବାଚନରେ ବିପୁଳ ସଂଖ୍ୟାଗରିଷ୍ଠତା ପାଇଥିବା ବୋରିସ୍ ଜନ୍ସନ୍ଙ୍କୁ ଅଭିନନ୍ଦନ ଜଣାଇଲେ ମୋଦୀ
ନୂଆଦିଲ୍ଲୀ: ବିପୁଳ ସଂଖ୍ୟାଗରିଷ୍ଠତା ସହ ଇଂଲଣ୍ଡର ସାଧାରଣ ନିର୍ବାଚନରେ ବିଜୟୀ ହୋଇଥିବାରୁ ଶୁକ୍ରବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବୋରିସ୍ଙ୍କ ନେତୃତ୍ୱାଧୀନ କଞ୍ଜର୍ଭେଟିଭ୍ ପାର୍ଟି ଐତିହାସିକ ସଂସଦୀୟ ସଂଖ୍ୟାଗରିଷ୍ଠତା ହାସଲ କରୁଥିବା କଥା ନିର୍ବାଚନ ଫଳାଫଳରୁ ଜାଣି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି: ବିପୁଳ ସଂଖ୍ୟାଗରିଷ୍ଠତା ସହ ପ୍ରତ୍ୟାବର୍ତ୍ତନ କରିଥିବାରୁ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ଅନେକ ଅଭିନନ୍ଦନ।
Sambad is now on WhatsApp
Join and get latest news updates delivered to you via WhatsApp
ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି: ତାଙ୍କୁ ମୁଁ ଶୁଭକାମନା ଜଣାଉଛି ଏବଂ ଭାରତ-ଇଂଲଣ୍ଡର ନିବିଡ଼ ସମ୍ପର୍କ ପାଇଁ ଏକତ୍ର କାମ କରିବାକୁ ଆଶା କରୁଛି।
Many congratulations to PM @BorisJohnson for his return with a thumping majority. I wish him the best and look forward to working together for closer India-UK ties. pic.twitter.com/D95Z7XXRml
— Narendra Modi (@narendramodi) December 13, 2019
ଶୁକ୍ରବାର ଦିନ ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ବିପୁଳ ଭୋଟ୍ ପାଇ ନିର୍ବାଚନରେ ବିଜୟ ଲାଭ କରିଛନ୍ତି। ମାତ୍ର କେତେ ସପ୍ତାହ ମଧ୍ୟରେ ସେ ବ୍ରିଟେନ୍କୁ ୟୁରୋପିଆନ୍ ୟୁନିୟନ୍ରୁ ଅଲଗା କରିବାରେ ସମର୍ଥ ହେବେ।