ଭାରତ ଅନ୍ତରୀକ୍ଷ ମହାଶକ୍ତି ପାଲଟିବା ପରେ ମୋଦିଙ୍କ ଟୁଇଟ୍‌କୁ ନେଇ କଟାକ୍ଷ କଲେ ରାହୁଲ, କହିଲେ; ବିଶ୍ୱ ନାଟକ ଦିବସର ଶୁଭକାମନା

1

ନୂଆଦିଲ୍ଲୀ : ଆଜି ଭାରତକୁ ବିଶ୍ୱର ଚତୁର୍ଥ ଅନ୍ତରୀକ୍ଷ ମହାଶକ୍ତି ବୋଲି ଘୋଷଣା କରାଯାଇଛି । ଡିଆରଡିଓ ପକ୍ଷରୁ ତିଆରି କରାଯାଇଥିବା ସାଟେଲାଇଟ୍‌ ଏ-ସ୍ୟାଟ୍‌ ମିସାଇଲ୍‌ର ସଫଳ ପରୀକ୍ଷଣ ପରେ ଭାରତ ଏଭଳି ନୂତନ ଇତିହାସ ସୃଷ୍ଟି କରିଛି । ଭାରତ ପୂର୍ବରୁ ଆମେରିକା, ଋଷ ଏବଂ ଚୀନ୍‌ ପାଖରେ ଏହି ଆଣ୍ଟି ସାଟେଲାଇଟ୍‌ ମିସାଇଲ ଥିଲା । ତେବେ ଏହି ଖବରର ପ୍ରସାର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଉପାୟ ଆପଣାଇଥିଲେ, ତାକୁ ନେଇ ବିରୋଧି ଦଳ ସମାଲୋଚନା କରିବା ଆରମ୍ଭ କରି ସାରିଛି ।

ସୂଚନା ମୁତାବକ, ଦିନ ୧୧ଟା ୨୩ମିନିଟ୍‌ରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦି ଏକ ବଡ଼ ଘୋଷଣା କରିବେ ବୋଲି ଜଣାଇଥିଲେ । ଯାହା ପରେ ସାରା ଦେଶ ଆଲୋଚନା କରିବା ଆରମ୍ଭ କରି ଦେଇଥିଲା । ଏହା ପରେ ଦେଇଥିବା ସମୟର ୧୦ମିନିଟ୍‌ ବିଳମ୍ବରେ ମୋଦିଜୀ ଭାରତ ବିଶ୍ୱର ଚତୁର୍ଥ ଅନ୍ତରୀକ୍ଷ ମହାଶକ୍ତି ପାଲଟିଲା ବୋଲି ଘୋଷଣା କରିଥିଲେ । ଯାହା ଶୁଣି ସାରା ଦେଶରେ ଖୁସିର ଲହରୀ ଖେଳି ଯାଇଥିଲା । ଏ ସବୁ ଦେଖି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମୋଦିଙ୍କୁ କଥା ଆଳରେ କଟାକ୍ଷ କରିଥିବା ଦେଖା ଯାଇଛି । ଡିଆର୍‌ଡିଓର ଟିମ୍‌କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉପରେ ଗର୍ବିତ ବୋଲି ଲେଖିଥିଲେ ରାହୁଲ । ଏହା ସହ କଥା ଆଳରେ ସେ ମୋଦିଙ୍କୁ ବିଶ୍ୱ ନାଟକ ଦିବସର ଶୁଭେଚ୍ଛା ଜଣାଇଥିଲେ । ଏଭଳି ଟୁଇଟ୍‌ ପଛରେ ସେ ମୋଦିଜୀଙ୍କୁ କ’ଣ କହିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ବାରି ହୋଇ ପଡ଼ୁଛି ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Sidhartha sahu says

    Rahul Gandhi nataka sikhi nahanti nataka divas dura katha