ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେ ଦେଶ ପାଇଁ କରୁଥିବା କାମ ଦେଶକୁ ବିକାଶ ପଥରେ ନେବା ସହ ତାଙ୍କ କାମ ଲୋକଙ୍କ ମନ ମଧ୍ୟ କିଣିବା ଆରମ୍ଭ କରିଛି । ଲଗାତାର ଦୁଇ ଥର ପ୍ରଧାନମନ୍ତ୍ରୀ ହେବା ସହ ଏବେ ସେ ଲୋକଙ୍କର ହୃଦୟର ରାଜା ପାଲଟି ଯାଇଛନ୍ତି । ରାଜନୀତି ସହ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ଲୋକପ୍ରିୟତା ବଢ଼ୁଥିବା ଦେଖାଯାଇଛି । ସୋମବାର ଟୁଇଟ୍ରରେ ତାଙ୍କ ଫଲୋୟର୍ସ ସଂଖ୍ୟା ୫କୋଟି ଛୁଇଁଥିବା ନେଇ ସୂଚନା ମିଳିଛି । ଟୁଇଟ୍ରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ନେତାଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି ମୋଦୀ ।
/sambad/media/post_attachments/f951e7fe7e3e65be7337d9c8957ea85dedd4d81ba81180601e3084a5477b3b04.jpg)
ସୂଚନା ମୁତାବକ, ପ୍ରଧାନମନ୍ତ୍ରୀ ବନିବା ପୂର୍ବରୁ ହିଁ ମୋଦୀଜୀ ଟୁଇଟ୍ର ସହ ଜଡ଼ିତ ଅଛନ୍ତି । ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ଟୁଇଟ୍ର ଜରିଆରେ ଲୋକଙ୍କ ସୁବିଧା ଅସୁବିଧା ବୁଝୁଥିଲେ । ଏବେ ତାଙ୍କୁ ଟୁଇଟ୍ରରେ ଆକାଉଣ୍ଟ ଖୋଲିବାର ପ୍ରାୟ ୧୦ବର୍ଷ ହୋଇଯାଇଥିବା ଜଣାପଡ଼ିଛି । ତେବେ ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ସ୍ଥାନରେ ରହିଥିବା ବେଳେ ଲୋକପ୍ରିୟତାରେ ପ୍ରଥମରେ ରହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ୍ ଓବାମା । ଯାହାଙ୍କ ଫଲୋୟର୍ସ ସଂଖ୍ୟା ରହିଛି ୧୦.୦୮କୋଟି । ସେଇଭଳି ଦ୍ୱିତୀୟରେ ରହିଛନ୍ତି ଡୋନାଲ୍ଡ୍ ଟ୍ରାମ୍ପ, ଯାହାଙ୍କ ଫଲୋୟର୍ସ ସଂଖ୍ୟା ରହିଛି ୬.୪କୋଟି ।