ପୁଲଓ୍ଵାମା ଆକ୍ରମଣରେ ସଂପୃକ୍ତି ଥିବା ନେଇ ପ୍ରଶ୍ନ କରାଯିବା ପରେ ଉତ୍ତର ରଖିଲେ ମୋଦି: ମୋ ଦେଶପ୍ରେମ ଉପରେ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ

ନୂଆଦିଲ୍ଲୀ : ୨୦୧୯ର ଲୋକସଭା ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ନିଜର ପ୍ରଥମ ଟିଭି ସାକ୍ଷାତକାର ଦେଇ ବିରୋଧି ଦଳକୁ ଉଚିତ୍‌ ଜବାବ ଦେଇଛନ୍ତି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ବିରୋଧି ଦଳମାନେ ଦେଶରେ ଉପୁଜୁଥିବା ବେରୋଜଗାର ସମସ୍ୟାକୁ ନେଇ ମୋଦି ସରକାରକୁ ଦାୟୀ କରି ଆସୁଛନ୍ତି । ମୋଦି ସରକାର ଦେଶରେ କ’ଣ ବିକାଶ ଆଣିଛନ୍ତି, ସେ ନେଇ ପ୍ରଶ୍ନ ପଚାରି ଆସୁଥିବା ବେଳେ ସମସ୍ତଙ୍କ ମୁହଁ ବନ୍ଦ କଲା ଭଳି ସାକ୍ଷାତକାରରେ ଜବାବ ରଖିଛନ୍ତି ମୋଦୀ ।

ନିଜର ଜବାବ ରଖି ପ୍ରଧାନମନ୍ତ୍ରୀ କହିଛନ୍ତି, ଆମେ ବିରୋଧି ଦଳ ସହ ଗ୍ୟାସ୍‌ ସଂଯୋଗ, ଘର ନିର୍ମାଣ ଏବଂ ବ୍ୟାଙ୍କରେ ଖାତା ଖୋଲିବା ବିଷୟକୁ ନେଇ ବିତର୍କ କରି ପାରିବୁ । ଯେତେବେଳେ ମୁଁ ଦେଶର ଉନ୍ନତି ବିଷୟରେ କଥା ହେବାକୁ ଚାହଁ, ସେତେବେଳେ ବିରୋଧି ଦଳମାନେ ଅନ୍ୟ ବିଷୟ ଉପରେ ଚର୍ଚ୍ଚା କରିବାକୁ ଚାହାନ୍ତି । ଆମ ସରକାର ଦେଶର ଉନ୍ନତି ପାଇଁ ଆମେ ୨୪ଘଣ୍ଟା କାମ କରୁଛି । ଦେଶ ପାଇଁ କ’ଣ ଦରକାର ଆମେ ଜାଣିଛୁ । କିନ୍ତୁ ବିରୋଧି ଦଳମାନେ ସେ ବିଷୟରେ ଚିନ୍ତା କରିବା ଅପେକ୍ଷା, କେବଳ ଆମକୁ ବିରୋଧ କରିବାରେ ଲାଗି ପଡ଼ିଛନ୍ତି  ।

latestly.com

ଏହା ପରେ ନିର୍ବାଚନ ଜିତିବା ପାଇଁ ପୁଲଓ୍ଵାମାରେ ଆପଣ ଆତଙ୍କବାଦୀ ଆକ୍ରମଣ କରାଇଥିଲେ ବୋଲି ବିରୋଧି ଦଳ ଯେଉଁ ଅଭିଯୋଗ ଆଣିଥିଲେ, ସେଥିରେ କେତେ ସତ୍ୟତା ରହିଛି ବୋଲି ସାକ୍ଷାତକାରରେ ପଚରାଯିବା ପରେ ଉତ୍ତରରେ, ବିରୋଧି ଦଳ ସବୁବେଳେ ବ୍ୟକ୍ତିଗତ ସ୍ତରରେ ଆକ୍ରମଣ କରିବାରେ ଅଭ୍ୟସ୍ତ । କିନ୍ତୁ ମୋ ଦେଶପ୍ରେମ ଉପରେ କେହି ପ୍ରଶ୍ନ ଉଠାଇ ପାରିବେ ନାହିଁ । ମୋର ସାରା ଜୀବନ ଏହାର ପ୍ରମାଣ ଦେଉଛି ବୋଲି ମୋଦୀ କହିଥିଲେ ।

ସମ୍ବନ୍ଧିତ ଖବର