ନୂଆଦିଲ୍ଲୀ: ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦେଶ ଗସ୍ତରେ ବାହାରି ପ୍ରଥମେ ଫ୍ରାନ୍ସ ଅଭିମୁଖେ ଯାଇଛନ୍ତି। ତା’ପରେ ସେ ୟୁଏଇ ଏବଂ ବାହାରିନ୍ ଯିବେ।
ପ୍ୟାରିସ୍ରେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ୍ର ରାଷ୍ଟ୍ରପତି ଇମ୍ମାନୁଏଲ୍ ମାକ୍ରୋନ୍ଙ୍କ ସହ ଆଜି ସନ୍ଧ୍ୟା ୬: ୧୫ରେ ଅନ୍ୟାନ୍ୟ ପ୍ରସଙ୍ଗ ସହ ଆତଙ୍କବାଦ ମୁକାବିଲା ପ୍ରତିରକ୍ଷା ସଂକ୍ରାନ୍ତରେ ଆଲୋଚନା କରିବେ। ସନ୍ଧ୍ୟା ୭ଟା ଅନୁଷ୍ଠିତ ହେବ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା। ଏହା ପରେ ରାତି ୮ଟାରେ ହେବ ସାମ୍ବାଦିକ ସମ୍ମିଳନୀ। ୮: ୧୫ରେ ମାକ୍ରୋନ୍ ଆୟୋଜନ କରିଥିବା ନୈଶ୍ୟ ଭୋଜିରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ୟାରିସ୍ ଠାରୁ ୬୦ କିଲୋମିଟର୍ ଦୂର ଓଇସି ଠାରେ ଅବସ୍ଥିତ ଊନବିଂଶ ଶତାବ୍ଦୀର ଚେଟି୍ୟୁ ଡି କ୍ୟାଣ୍ଟିଲି ଠାରେ ନୈଶ୍ୟଭୋଜି ଆୟୋଜନ କରାଯାଇଛି।

ସନ୍ଧ୍ୟା ପ୍ରାୟ ୫: ୩୦ ମିନିଟ୍ ସମୟରେ ମୋଦୀ ପ୍ୟାରିସ୍ର ଚାର୍ଲସ୍ ଡି ଗଲି ବିମାନ ବନ୍ଦରରେ ପହଞ୍ଚିବେ।
ଶୁକ୍ରବାର ଦିନ ଫ୍ରାନ୍ସରେ ଥିବା ଭାରତୀୟ ସମ୍ପ୍ରଦାୟଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଅଭିଭାଷଣ ଦେବେ ଓ ଅନେକ ଦଶନ୍ଧି ତଳେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକୀ ଉଦ୍ଘାଟନ କରିବେ।
ଏହା ପରେ ସେ ୟୁଏଇ ଅଭିମୁଖେ ଯାତ୍ରା କରିବେ ଏବଂ ତା’ପରେ ବାହାରିନ୍ ଯାଇ ରବିବାର ଦିନ ପୁଣି ଫ୍ରାନ୍ସକୁ ଫେରିଆସି ଜି୭ ଶିଖର ବୈଠକରେ ଯୋଗ ଦେବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ ବିବୃତିରେ କହିଛି।
Comments are closed.