ନୂଆଦିଲ୍ଲୀ: ଶନିବାର କାନପୁର ଗସ୍ତ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାମୟିକ ଦୁର୍ଘଟଣାର ଶିକାର ହୋଇଛନ୍ତି। ସେ ଉତ୍ତରପ୍ରଦେଶ କାନପୁରର ଗଙ୍ଗାନଦୀରେ ଥିବା ଅଟଳ ଘାଟ ପାହାଚରେ ଚଢୁଥିବା ସମୟରେ ମୁହଁ ମାଡ଼ି ତଳେ ପଡ଼ି ଯାଉଥିବା ଦେଖିବାକୁ ମିଳିଛି। ମୋଦୀ ପଡ଼ି ଯାଉଥିବା ବେଳର ଏକ ଭିଡିଓ ସୋସିଆଲ୍ ମିଡିିଆରେ ଭାଇରାଲ୍ ହେବାରେ ଲାଗିଛି।
ଭିଡିଓଟିରେ ଦେଖିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ପାହାଚରେ ଚଢ଼ି ଚଢ଼ି ଉପରକୁ ଯାଉଛନ୍ତି। ମାତ୍ର ଚଢ଼ିବା ସମୟରେ ତାଙ୍କ ପାଦ ଟଳମଳ ହେଉଛି ଓ ସେ ପାହାଚ ଉପରେ ମୁହଁ ମାଡ଼ି ପଡ଼ି ଯାଉଛନ୍ତି। ମୋଦୀ ପଡ଼ିଯିବା ମାତ୍ରକେ ତାଙ୍କର ଅଙ୍ଗରକ୍ଷୀମାନେ ଆସି ତାଙ୍କୁ ତଳୁ ଉଠାଇ ଦେଉଛନ୍ତି।
PM #Modi falls down the stairs in at Atal ghat in U.P's Kanpur.
He fell down on the stairs of #AtalGhat after he returned to the shore after taking a boat ride scheduled to inspect the cleanliness of the river #Ganga under the #NamamiGange Project. pic.twitter.com/UjvqVn6DYi
— Sunil kumar (@TweetsOfSunil) December 14, 2019
ତେବେ, ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବିଷେଶ କିଛି କ୍ଷତି ହୋଇନାହିଁ। ମୋଦୀ ତଳୁ ଉଠିବା ପରେ ପୁଣି ସ୍ବାଭାବିକ ଭାବେ ପାହାଚରେ ଉପରକୁ ଉପରକୁ ଚଢୁଛନ୍ତି।