ନୂଆଦିଲ୍ଲୀ: ଗୁରୁବାର ଦିନ ଗଣେଶ ଚତୁର୍ଥୀ ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟର୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି: ଶୁଭଙ୍କର ଗଣେଶ ତୁତୁର୍ଥୀ ଉପଲକ୍ଷେ ଶୁଭେଚ୍ଛା।
Sambad is now on WhatsApp
Join and get latest news updates delivered to you via WhatsApp
Greetings on the auspicious occasion of Ganesh Chaturthi.
सभी देशवासियों को गणेश चतुर्थी के पावन पर्व की शुभकामनाएं। pic.twitter.com/UupNvwOpMf
— Narendra Modi (@narendramodi) September 13, 2018
ଅୟମାରମ୍ଭର ଦେବତା ଗଣନାଥଙ୍କ ପ୍ରତି ଆଜିର ଚତୁର୍ଥୀ ଉତ୍ସର୍ଗୀକୃତ। ଘରେ ଓ ସୁସଜ୍ଜିତ ମଣ୍ଡପରେ ଗଣେଶଙ୍କ ପ୍ରତିମା ପ୍ରତିଷ୍ଠା କରି ଏହି ଉତ୍ସବ ପାଳନ କରାଯାଏ।
ପ୍ରଭୁ ଗଣନାଥ ନୂତନତ୍ୱର ଶୁଭାରମ୍ଭ କରି ବିଘ୍ନ ବିନାଶ କରନ୍ତି ବୋଲି ଲୋକବିଶ୍ୱାସ ଚଳେ। କୌଣସି ଶୁଭକାମ କରିବା ପୂର୍ବରୁ ଗଣେଶଙ୍କୁ ପୂଜିବା ବିଧି ରହିଛି।
ଗଣେଶ ପୂଜା ଦେଶର ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ଗୋଟିଏ ଦିନ ପାଳନ କରାଯାଉଥିଲେ ମଧ୍ୟ ମହାରାଷ୍ଟ୍ରରେ ଗଣେଶ ପୂଜା ଦୀର୍ଘ ୧୦ ଦିନ ଧରି ପାଳନ କରାଯାଏ।