ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଚାଲେଞ୍ଜ୍ ଗ୍ରହଣ କରିବାର ମାସେ ନ ପୂରୁଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ଗୋଟାଏ ଭିଡିଓ ପୋଷ୍ଟ କରିଛନ୍ତି। ନିଜକୁ ଫୂର୍ତ୍ତି ଓ ଶୌର୍ଯ୍ୟବାନ୍ ରଖିବା ପାଇଁ ସେଥିରେ ମୋଦି ସକାଳୁ ଗୁଡ଼ାଏ ବ୍ୟାୟାମ କରୁଥିବାର ଦୃଶ୍ୟ ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିୟମିତ ଯୋଗ କରୁଥିବା ପ୍ରଧାନମନ୍ତ୍ରୀ ମୋଦି ଏଥିରେ କେତେଗୁଡ଼ାଏ ଆସନ କରୁଛନ୍ତି ଯାହା ଭିନ୍ନ ଭିନ୍ନ ଦିଗରୁ କଷ୍ଟକର ମନେହୁଏ। ଏଥିସହ ସେ ଶ୍ୱାସପ୍ରଶ୍ୱାସ ବ୍ୟାୟାମ ମଧ୍ୟ କରୁଥିବାର ଦେଖାଯାଉଛି। ଏହି ବ୍ୟାୟାମ ଶରୀରର ରୋଗପ୍ରତିରୋଧକ ଶକ୍ତି ସହ ଅନ୍ୟ କେତେକ ଉପକାର କରିବ।
Here are moments from my morning exercises. Apart from Yoga, I walk on a track inspired by the Panchtatvas or 5 elements of nature – Prithvi, Jal, Agni, Vayu, Aakash. This is extremely refreshing and rejuvenating. I also practice
breathing exercises. #HumFitTohIndiaFit pic.twitter.com/km3345GuV2— Narendra Modi (@narendramodi) June 13, 2018
ପ୍ରକୃତିର ପାଞ୍ଚ ତତ୍ତ୍ୱ ଦ୍ୱରା ଉଦ୍ବୁଦ୍ଧ ହୋଇ ସେ ଏକ ଟ୍ରାକ୍ ଉପରେ ଚାଲୁଥିବାର ଦେଖାଯାଉଛି। ଭିଡିଓ ସହ ସେ ସଂଯୋଗ କରିଥିବା ବର୍ତ୍ତା କହୁଛି: ଯୋଗ ବ୍ୟତୀତ, ମୁଁ ପ୍ରକୃତିର ପଞ୍ଚତତ୍ତ୍ୱ ଦ୍ୱରା ପ୍ରେରିତ ଟ୍ରାକ୍ ଉପରେ ମଧ୍ୟ ଚାଲୁଛି। ଏହି ୫ ତତ୍ତ୍ୱ ହେଲା- ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ। ଏହା ଖୁବ୍ ଫୂର୍ତ୍ତିଦାୟକ ଓ ଶୌର୍ଯ୍ୟକାରୀ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ପୋଷ୍ଟ୍ କରାଯାଇଥିବା ଏହି ଭିଡିଓ ତାଙ୍କର ବ୍ୟାୟାମ କାର୍ଯ୍ୟକଳାପ ପ୍ରଦର୍ଶନ କରାଇବାର ପ୍ରତିଶ୍ରୁତି ରକ୍ଷା କରୁଛି। କୋହଲି ଦେଇଥିବା ଚାଲେଞ୍ଜ୍କୁ ସେ ଗ୍ରହଣ କରିଥିଲେ। କେବଳ ମୋଦି ନୁହନ୍ତି ନିଜ ପତ୍ନୀ ଅନୁଷ୍କା ଶର୍ମା ଏବଂ କ୍ରିକେଟର୍ ଏମ୍ଏସ୍ ଧୋନିଙ୍କୁ ମଧ୍ୟ ସେ ଚାଲେଞ୍ଜ୍ ଦେଇଥିଲେ।