ପ୍ରଥମ ଥର ପାଇଁ ମତଦାନ କରିବାକୁ ଯାଉଥିବା ଭୋଟରମାନଙ୍କୁ ଏଭଳି ଆହ୍ଵାନ ଦେଲେ ମୋଦୀ

ମୁମ୍ବାଇ : ନିର୍ବାଚନରେ ମତଦାନ ପାଇଁ  ତାରିଖ ପାଖେଇ ଆସୁଥିବା ବେଳେ ସବୁ ଦଳ ଏବେ ନିଜର ପ୍ରଚାରକୁ ଜୋରଦାର କରି ଦେଇଛନ୍ତି । ଏ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ରର ଲାତୁରରେ ଯାଇ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଯେଉଁଠି ସେ ପ୍ରଥମ ଥର ମତଦାନ କରିବାକୁ ଯାଉଥିବା ଭୋଟରମାନଙ୍କୁ ବିଶେଷ ଆହ୍ଵାନ ଦେଇଥିବା ଦେଖା ଯାଇଥିଲା ।

ପୁଲଓ୍ଵାମା ଆକ୍ରମଣ ଏବଂ ବାଲାକୋଟ୍‌ରେ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ ବିଷୟରେ ଆଲୋଚନା କରି ମୁଁ ପ୍ରଥମ ଥର ମତଦାନ କରିବାକୁ ଯାଉଥିବା ମୋର ଭାଇ-ଭଉଣୀମାନଙ୍କୁ କହିବାକୁ ଚାହୁଁଛି କି, ଆପଣ ନିଜର ପ୍ରଥମ ଭୋଟ୍‌ ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରିଥିବା ବାୟୁସେନା ଯବାନମାନଙ୍କୁ ଦେବାକୁ ଚାହିବେ କି? ବୋଲି ପ୍ରଶ୍ନ କରିଥିଲେ । ଏହା ସହ ପୁଲଓ୍ଵାମାରେ ସହିଦ୍‌ ହୋଇଥିବା ଯବାନମାନଙ୍କ ପାଇଁ ଆପଣ ନିଜର ପ୍ରଥମ ଭୋଟ୍‌ ଦେବେ କି ବୋଲି ମଧ୍ୟ ମୋଦୀଜୀ ପ୍ରଶ୍ନ କରିଥିବା ଦେଖା ଯାଇଥିଲା । ଏହା ସହ ଆତଙ୍କବାଦୀମାନଙ୍କୁ ତାଙ୍କ ଘରେ ପଶି ମାରିବା ହେଉଛି ନୂଆ ଭାରତର ନୀତି । ଆତଙ୍କବାଦୀଙ୍କୁ ମାରି ସାରିଲା ପରେ ଆମେ ନିଶ୍ୱାସ ନେବୁ । ଏହା ଆମର ସଂକଳ୍ପ ବୋଲି କହିଥିଲେ ଉପସ୍ଥିତ ଜନତାଙ୍କୁ ସମ୍ବୋଧନ କରି କହିଥିଲେ ମୋଦୀ ।

ସମ୍ବନ୍ଧିତ ଖବର