ଓ୍ଵାୟନାଡରୁ ରାହୁଲଙ୍କ ଲଢ଼ିବାକୁ ପ୍ରଶଂସା କରି ମୋଦୀଙ୍କୁ ପ୍ରଶ୍ନ କଲେ ଶଶି ଥରୁର୍‌ : କେରଳ ଏବଂ ତାମିଲନାଡୁରୁ ଲଢ଼ିବା ପାଇଁ ତୁମର ସାହାସ ଅଛି କି?

ନୂଆଦିଲ୍ଲୀ : ରବିବାର କଂଗ୍ରେସ ଦଳର ବରିଷ୍ଠ ନେତା ଶଶି ଥରୁର୍‌ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ତାଙ୍କୁ ସମାଲୋଚନା କରିବା ସହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଥିବା ଦେଖା ଯାଇଛି । ରାହୁଲ ଗାନ୍ଧୀ ଆଗାମୀ ଲୋକସଭା ନିର୍ବାଚନରେ ଅମେଥି ସମେତ ଓ୍ଵାୟନାଡରୁ ନିର୍ବାଚନ ଲଢ଼ିବାକୁ ଯାଉଥିବା ବେଳେ ମୋଦୀଙ୍କର କେରଳ ଏବଂ ତାମିଲନାଡୁରୁ ନିର୍ବାଚନ ଲଢ଼ିବାର ସାହାସ ଅଛି କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଶଶି ଥରୁର୍‌ । ଏହା ସହ ରାହୁଲ ଗାନ୍ଧୀଙ୍କର ଓ୍ଵାୟନାଡରୁ ଲଢ଼ିବା ନିଷ୍ପତ୍ତି ଓ୍ଵାୟନାଡବାସୀଙ୍କୁ ଖୁସି କରାଇଥିବା କହିଛନ୍ତି ଶଶି ଥରୁର୍‌ ।

The Financial Express

ସୂଚନା ମୁତାବକ, ମହାରାଷ୍ଟ୍ରର ଓ୍ଵାର୍‌ଧାରେ ଏକ ରାଲିରେ ନିଜର ଭାଷଣ ରଖି ନରେନ୍ଦ୍ର ମୋଦୀ କହିଥିଲେ କି, ବିପକ୍ଷ ଦଳ ନିଜର ନେତାମାନଙ୍କୁ ବହୁମତ ଥିବା ସ୍ଥାନରୁ ନିର୍ବାଚନ ଲଢ଼ାଇବା ପାଇଁ ଡ଼ରୁଛି । ଯାହାର ଜବାବ ଦେଇ ଶଶି ଥରୁର୍‌ ଏଭଳି ବୟାନ ରଖିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର