ରୋଷେଇ ଚୁଲିରେ ଲୁହ ଗଡ଼ାଉଥିବା ମା’ର ଭାଗିଦାରୀ ହୋଇ ପାରିଛି: ମୋଦି

0 641

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷ୍ନୌରେ ‘ଟ୍ରାନଫର୍ମିଙ୍ଗ ଅରବାନ୍‌ ଲ୍ୟାଣ୍ଡସ୍କେପ୍‌’ କାର୍ଯ୍ୟକ୍ରମରେ ଯୋଗଦେଇ ନିଜ ସରକାର ସଂପର୍କରେ ଆଲୋଚନା କରିଛନ୍ତି। ଏଥି ସହିତ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ମଧ୍ୟ ଜବାବ ଦେଇଛନ୍ତି। ମୋଦି ରାହୁଲ ଗାନ୍ଧୀଙ୍କ ଦୁର୍ନୀତିରେ ଭାଗିଦାରୀ ଅଭିଯୋଗ ଉପରେ  କହିଛନ୍ତି, ମୁଁ ଚୌକିଦାର ନୁହେଁ, ଭାଗିଦାରୀ ଅଟେ। ସେ କହିଛନ୍ତି, ମୁଁ ଗର୍ବ ଅନୁଭବ କରୁଛି ଯେ, ଗରିବଙ୍କ ଭାଗିଦାରୀ ହୋଇ ପାରିଛି। ରୋଷେଇ ସମୟରେ ଲୁହ ଗଡ଼ାଉଥିବା ମା’ର ଭାଗିଦାରୀ ହୋଇପାରିଛି।

Panda Mobile only

ରାହୁଲ ଗାନ୍ଧୀ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପୁଅ ଜୟ ଶାହଙ୍କ କମ୍ପାନିର ଆୟରେ ଅଚାନକ ବୃଦ୍ଧି ଓ ରାଫେଲ ବିମାନ କିଣା ଦୁର୍ନୀତି ନେଇ ଅଭିଯୋଗ ଆଣିଥିଲେ। ମୋଦିଙ୍କୁ ରାହୁଲ ଚୌକିଦାର କହିଛନ୍ତି। ରାହୁଲ ସଂସଦର ଅଧିବେଶନରେ ମଧ୍ୟ ଏହି ଅଭିଯୋଗ ଆଣିଥିଲେ, ଯାହାକି ମୋଦି ଆଜି ଜବାବ ଦେଇଛନ୍ତି।

ରାହୁଲ ଗାନ୍ଧୀ ଶନିବାର ରାଫେଲ ବିମାନ କିଣିବା ନେଇ ଟୁଇଟ କରିଛନ୍ତି। ରାହୁଲ କହିଛନ୍ତି, ୩୬ ରାଫେଲ ଦୁର୍ନୀତି ପାଇଁ ଭାରତୀୟ କରଦାତାଙ୍କୁ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ୧ ଲକ୍ଷ କୋଟି ଟଙ୍କା ମିଷ୍ଟର ୫୬ଇଞ୍ଚଙ୍କ ବନ୍ଧୁଙ୍କ ଜ୍ୱାଇଣ୍ଟ ଭେଞ୍ଚରକୁ ଦେବାକୁ ପଡ଼ିବ। ରାହୁଲ ଗାନ୍ଧୀ ଘରୋଇ କମ୍ପାନି ସଂପର୍କୀତ କିଛି କାଗଜପତ୍ର ସେୟାର କରି କହିଛନ୍ତି, ପ୍ରତିରକ୍ଷା ମନ୍ତ୍ରୀ(ନିର୍ମଳା ସୀତାରମଣ) ସବୁବେଳେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବେ ଓ ମନା କରିବେ। କିନ୍ତୁ ମୁଁ ଯେଉଁ କାଗଜପତ୍ର ପ୍ରସ୍ତୁତ କରୁଛି, ଏଥିରେ ତଥ୍ୟ ରହିଛି।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.