‘ଅଡିଓ ବ୍ରିଜ୍‌’ ଜରିଆରେ ୨୫ ଲକ୍ଷରୁ ଊର୍ଧ୍ୱ ଚୌକିଦାରଙ୍କୁ କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ବିଜେପିର ‘ମେଁ ଭି ଚୌକିଦାର’ ଅଭିଯାନ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୨୫ ଲକ୍ଷରୁ ଊର୍ଧ୍ୱ ଚୌକିଦାରଙ୍କୁ ‘ଅଡିଓ ବ୍ରିଜ୍‌’ ଜରିଆରେ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ଚୌକିଦାରମାନଙ୍କୁ ଏହା ସମ୍ବୋଦନ କରିଛନ୍ତି କି ‘ଦେଶର ବିଭିନ୍ନ ସ୍ଥାନରେ ଆପଣମାନେ ଏବେ କଥା ହେବା ପାଇଁ ଏକ ବିଷୟବସ୍ତୁ ହୋଇ ପଡ଼ିଛନ୍ତି। ଆଜିର ସମୟରେ ଆପଣମାନଙ୍କୁ ଯେ କେହି ଅସମ୍ମାନ କରୁଥିବା ହେତୁ ମୁଁ ମୋ ଆଡୁ କ୍ଷମା ମାଗୁଛି।’

ପ୍ରଧାନମନ୍ତ୍ରୀ ତାଙ୍କର ଏହି ‘ଅଡିଓ ବ୍ରିଜ୍‌’ ଜରିଆରେ ବିରୋଧୀମାନଙ୍କୁ ବି ଆକ୍ରମଣ କରିଛନ୍ତି। ମୋଦି କହିଛନ୍ତି କି ‘ଗତ କିଛି ମାସେ ହେବ ଚୌକିଦାରମାନଙ୍କୁ ଅସମ୍ମାନ କରାଯାଉଥିବାରୁ ମୁଁ କ୍ଷମା ଚାହୁଁଛି। କାହାର ନିଜସ୍ୱ ସ୍ୱାର୍ଥ ପାଇଁ ଅଯଥାରେ ଆପଣମାନଙ୍କୁ ଅନେକ କିଛି ସହିବାକୁ ପଡୁଛି। ସେମାନଙ୍କ ଭାଷା ଆପଣଙ୍କୁ ଦୁଃଖିତ କରାଇଥିବ ନିଶ୍ଚୟ। ସେଥିପାଇଁ ମୁଁ ଦୁଃଖିତ।’

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ପକ୍ଷରୁ ‘ମେଁ ଭି ଚୌକିଦାର’ ଅଭିଯାନର ପ୍ରଚାର ଭିଡିଓ ପ୍ରସ୍ତୁତ କରାଯାଇଛି । ଏହାଛଡ଼ା ନିଜ ଟୁଇଟର୍‌ ଆକାଉଣ୍ଟ୍‌ରେ ବି ନିଜ ନାମ ପୂର୍ବରୁ ଚୌକିଦାର ବୋଲି ଲେଖିଛନ୍ତି ମୋଦି। କେବଳ ମୋଦି ନୁହଁନ୍ତି ଅନେକ ବିଜେପି ନେତା ଓ ସମର୍ଥକ ବି ଏପରି କରିଛନ୍ତି। ରାଫେଲ୍‌ ଦୁର୍ନାତି ମାମଲାରେ ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ରହୁଲ ଗାନ୍ଧୀ ‘ଚୌକିଦାର ଚୋର ହୈ’ କହି କଟାକ୍ଷ କରିବା ପରେ ମୋଦି ଚୌକିଦାର୍‌ ଶବ୍ଦକୁ ନିର୍ବାଚନ ପ୍ରଚାର ଆୟୁଧ ଭାବେ ବ୍ୟବହାର କରିଛନ୍ତି।

ସମ୍ବନ୍ଧିତ ଖବର