ଦ୍ୱାଦଶ ପରୀକ୍ଷାରେ ଅସଫଳ ହେବାରୁ ପୁନଃମୂଲ୍ୟାଙ୍କନ ପାଇଁ ମୋଦୀଙ୍କୁ ନିବେଦନ କରିଥିଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନ ହେବାରୁ ନାଁ ଆଗରୁ ହଟାଇଲେ ଚୌକିଦାର ଶବ୍ଦ 

ନୂଆଦିଲ୍ଲୀ : ଅଧିକ ପରିଶ୍ରମ କରି ମଧ୍ୟ ପରୀକ୍ଷାରେ ତାହାର ଫଳ ନ ମିଳିବାରୁ ଜଣେ ଛାତ୍ର ନିଜ ନାଁ ଆଗରୁ ଚୌକିଦାର ଶବ୍ଦ ହଟାଇ ଦେଇଥିବା ଦେଖା ଯାଇଛି । ମୋଦୀଙ୍କ ଉପରେ ରାଗି ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଅଭିଷେକ ଦାସ ଟୁଇଟ୍‌ରରୁ ନିଜ ନାଁ ଆଗରୁ ଚୌକିଦାର ଶବ୍ଦ ହଟାଇ ଦେଇଛନ୍ତି। ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ଏହାର କାରଣ ଜଣାଇଛନ୍ତି ଛାତ୍ର ।

ତାଙ୍କ କହିବା ଅନୁଯାୟୀ, ପ୍ରଥମେ ମୁଁ ମୋଦୀଙ୍କର ବହୁତ ବଡ଼ ପ୍ରଶଂସକ ଥିଲି । କିନ୍ତୁ ପରେ ତାଙ୍କର କାମକୁ ଦେଖି ମୁଁ ତାଙ୍କ ଉପରେ ରାଗି ଯାଇଛି। ମେ’ ମାସରେ ମୋ ପରୀକ୍ଷା ଫଳ ଆସିବା ପରେ ମୁଁ ଅସଫଳ ହୋଇଥିବା ଦେଖିଥିଲି । ଏତେ ପରିଶ୍ରମ ପରେ ଅସଫଳ ହୋଇଥିବା ଜାଣି ମୁଁ ପୁନଃ ମୂଲ୍ୟାଙ୍କନ ପାଇଁ ଫଳାଫଳ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଦେକରଙ୍କୁ ନିବେଦନ କରିଥିଲି । କିନ୍ତୁ ସେ ମୋର ନିବେଦନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ । ଏଥିପାଇଁ ମୁଁ ଏବେ ମୋ ଟୁଇଟ୍‌ର ଆକାଉଣ୍ଟରୁ ଚୌକିଦାର ଶବ୍ଦ ହଟାଇ ଦେଇଛି ବୋଲି କହିଛନ୍ତି ଅଭିଷେକ ।

Livemint

ସୂଚନା ମୁତାବକ, ଅଭିଷେକଙ୍କୁ ଗଣିତରେ ୧୦୦ରୁ ୦ ମିଳିଥିବା ବେଳେ ପଦାର୍ଥ ବିଜ୍ଞାନରେ ୪ନମ୍ବର ମିଳିଛି । ରସାୟନ ବିଜ୍ଞାନରେ ୫ନମ୍ବର ମିଳିଥିବା ବେଳେ ଜୈବବିଜ୍ଞାନରେ ୮ନମ୍ବର ମିିଳିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର