କେନ୍ଦ୍ର ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗକୁ ସାଧାରଣରେ ପ୍ରକାଶ କରିବାକୁ ମନାକଲା ପିଏମ୍‌ଓ

ନୂଆଦିଲ୍ଲୀ:  କେନ୍ଦ୍ର ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କ ବିରୋଧରେ ହସ୍ତଗତ ହୋଇଥିବା ଦୁର୍ନୀତି ଅଭିଯୋଗର ସବିଶେଷ ତଥ୍ୟ କୌଣସି ବି ପରିସ୍ଥିତିରେ କାହାକୁ ହେଲେ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ କୁହାଯାଇଛି। ସୂଚନା ଅଧିକାର ଆଇନ୍‌ ବଳରେ ପିଏମ୍‌ଓକୁ କେନ୍ଦ୍ର ମନ୍ତ୍ରିମଣ୍ଡଳର କେଉଁ କେଉଁ ମନ୍ତ୍ରୀମାନଙ୍କ ବିରୋଧରେ କି କି ଦୁର୍ନୀତିର ଅଭିଯୋଗ ପିଏମ୍‌ଓକୁ ଆସିଛି ତାହାର ତାଲିକା ଓ ତଥ୍ୟ ମଗା ଯାଇଥିଲା।

ହେଲେ, ସୂଚନା ଅଧିକାର ଆଇନ୍‌ ବଳରେ ମଗା ଯାଇଥିବା ଏହି ତଥ୍ୟର ଉତ୍ତର ଦେବାକୁ ଯାଇ ଆଜି ପିଏମ୍‌ଓ ପକ୍ଷରୁ କୁହାଯାଇଛି ଯେ ବିଭିନ୍ନ ସମୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ମନ୍ତ୍ରୀ ଓ ଉଚ୍ଚ ପଦପଦବୀରେ ଅବସ୍ଥାପିତ ଥିବା ବରିଷ୍ଠ ଅଧିକାରୀଙ୍କ ଦୁର୍ନୀତି ସଂପର୍କିତ ବହୁ ଅଭିଯୋଗ ପିଏମ୍‌ଓକୁ ଆସିଥାଏ। ହେଲେ, ପିଏମ୍‌ଓକୁ ଆସୁଥିବା ସେ ସମସ୍ତ ଅଭିଯୋଗକୁ ସର୍ବସାଧାରଣରେ ପ୍ରକାଶ କରାଯାଇ ପାରିବ ନାହିଁ ବୋଲି ପିଏମ୍‌ଓ ପକ୍ଷରୁ ସ୍ପଷ୍ଟ କରି ଦିଆ ଯାଇଛି।

ସମ୍ବନ୍ଧିତ ଖବର