କଂଗ୍ରେସ ପଠାଇଥିବା ‘ଭାରତ ସମ୍ବିଧାନ’ ଗ୍ରହଣ କଲେ ନାହିଁ ମୋଦୀ !

ନୂଆଦିଲ୍ଲୀ : ଗତ କାଲି ଗଣତନ୍ତ୍ର ଦିବସ ଉପଲକ୍ଷେ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଆମାଜନ ମାଧ୍ୟମରେ ପଠାଯାଇଥିବା ‘ଭାରତୀୟ ସମ୍ବିଧାନ’ ଫେରିଆସିଛି । ପ୍ରଧାନମନ୍ତ୍ରୀଙ୍କ ଅଫିସ ଏହାକୁ ଗ୍ରହଣ କରିବାକୁ ମନା କରିବାରୁ ଏହା ଫେରିଆସିଛି ବୋଲି କଂଗ୍ରେସ ଟ୍ଵିଟ କରି ଜଣାଇଛି ।
ଏହି ଟ୍ଵିଟରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ “ ପ୍ରିୟ ଭାରତବାସୀ, ଆମେ ଚେଷ୍ଟାକରିଥିଲୁ, କିନ୍ତୁ ମୋଦୀଜୀ ଭାରତର ସମ୍ବିଧାନ ପ୍ରତି ଆଗ୍ରହ ରଖୁନାହାନ୍ତି । ଏବେ ଆମେ ଆଉ କଣ କରିପାରିବୁ” ।

 

ଗତ କାଲି କଂଗ୍ରେସ ପକ୍ଷରୁ ଆମାଜନ ମାଧ୍ୟମରେ ଭାରତର ସମ୍ବିଧାନ ଥିବା ଏକ ପାର୍ସଲ ପଠାଯାଇଥିଲା । ଏହାକୁ କଂଗ୍ରେସ ପକ୍ଷରୁ ଟ୍ଵିଟରରେ ସେୟାର କରାଯାଇଥିଲା । ଏହି ଟ୍ଵିଟରେ କଂଗ୍ରେସ ପକ୍ଷରୁ ଲେଖାଯାଇଥିଲା ଯେ, ପ୍ରଧାନମନ୍ତ୍ରୀ ଜୀ! ସମ୍ବିଧାନ ଖୁବ ଶୀଘ୍ର ଆପଣଙ୍କ ପାଖରେ ପହଞ୍ଚିଯିବ । ଦେଶକୁ ବିଭାଜିତ କରିବା ବେଳେ ସମୟ ମିଳିଲେ ଏହାକୁ ଟିକିଏ ପଢିନେବେ ।
ଦେଶରେ ନାଗରିକତା ଆଇନକୁ ନେଇ ବିବାଦ ଚାଲିଥିବାବେଳେ ମୋଦୀଙ୍କୁ ସମାଲୋଚନା କରିବାକୁ କଂଗ୍ରେସ ଏହି ପନ୍ଥା ଗ୍ରହଣ କରିଥିଲା ।
ସୂଚନାଯୋଗ୍ୟ ଯେ ସରକାରଙ୍କ ଦ୍ୱାରା ପ୍ରଣୟନ ହୋଇଥିବା ନୂଆ ନାଗରିକତା (ସଂଶୋଧନ) ଆଇନକୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ବିରୋଧ କରୁଛନ୍ତି । ଏଥିରେ ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ, ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର