ସେନା ପାଇଁ ପାଣ୍ଠି ଅଭାବ ଦୂର ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ

ନୂଆଦିଲ୍ଲୀ: ଭାରତୀୟ ସେନାର ଆଧୁନିକୀକରଣ ପାଇଁ ଜରୁରୀକାଳୀନ ଭିତ୍ତିରେ ପାଣ୍ଠି ଯୋଗାଣ ହେବା ଉଚିତ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡିବା ଆବଶ୍ୟକ ବୋଲି ଏକ ସଂସଦୀୟ କମିଟି କହିଛି ।

ଚୀନ ଓ ପାକିସ୍ତାନପଟୁ ଭାରତ ପ୍ରତି ବିପଦ ବଢିଚାଲିଛି । ଏପରିକି ଉଭୟ ଦେଶ ମିଳିତଭାବେ ଆକ୍ରମଣ କରିବାର ଆଶଙ୍କା ମଧ୍ୟ ବ୍ୟକ୍ତ କରିଛନ୍ତି ଖୋଦ ସେନାମୁଖ୍ୟ ବିପିନ ରାଓ୍ଵତ । ଚୀନ ନିଜ ସେନାକୁ ଆହୁରି ଆଧୁନିକ, ଶକ୍ତିଶାଳୀ ଓ ଆମେରିକାର ସମକକ୍ଷ କରିବାକୁ ପାଣି ପରି ଅର୍ଥ ଖର୍ଚ୍ଚ କରିଚାଲିଛି । ଏସବୁ ବିପଦକୁ ଦେଖିଲେ ଆମ ଦେଶ ଯୁଦ୍ଧକାଳୀନ ଭିତ୍ତିରେ ସେନାକୁ ପ୍ରସ୍ତୁତ କରିବା ଆବଶ୍ୟକ । କିନ୍ତୁ ଏଥିପାଇଁ ଆମେ କେେତେ ପ୍ରସ୍ତୁତ ? ଭାରତୀୟ ସେନାର ଆଧୁନିକୀକରଣ ଦୂରରେ ଥାଉ ନିତିଦିନିଆ ଯୁଦ୍ଧାସ୍ତ୍ର ଖରିଦ ପାଇଁ ମଧ୍ୟ ଅର୍ଥ ନିଅଣ୍ଟ ପଡୁୁଛି । ଆମର ପ୍ରାୟ ୭୫ ପ୍ରତିଶତ ଅସ୍ତ୍ରଶସ୍ତ୍ର ପୁରୁଣା କାଳିଆ । ଏହାକୁ ନେଇ ନିଜେ ସେନାମୁଖ୍ୟ ଚିନ୍ତା ପ୍ରକଟ କରିଛନ୍ତି ।

ସଂସଦରେ ଉପସ୍ଥାପିତ ଆଉ ଏକ ରିପୋର୍ଟରେ ସେନା ପାଇଁ ପାଣ୍ଠି ଅଭାବ ନେଇ ଚିନ୍ତା ପ୍ରକଟ କରାଯାଇଥିଲା । ସଂସଦର ସଦସ୍ୟଙ୍କ ସାମ୍ନାରେ ମେଜର ଜେନରାଲ ବିସି ଖୁଣ୍ଡାରି ଓ ସେନା ଉପମୁଖ୍ୟ ଲେପ୍ଟଲାଣ୍ଟ ଜେନରାଲ ସରତ ଚଣ୍ଡ କହିଛନ୍ତି ୨୦୧୮-୧୯ରେ ସେନାକୁ ଯେଉଁ ଅର୍ଥ ଦିଆଯାଇଥିଲା ତାହା ସେନାର ଅତି ଆବଶ୍ୟକ ଜରୁରୀକୁ ପୁରା କରିପାରିବନି । ଏଥିରେ ସେନାର ଆଧୁନିକକରଣ ବା କେମିତି ହେବ ।

ସମ୍ବନ୍ଧିତ ଖବର