ନୂଆଦିଲ୍ଲୀ: ବାରାଣାସୀ ଦେଶର ଏକ ପ୍ରମୁଖ ଧର୍ମୀୟ ସହର । ଏହା ମଧ୍ୟ ଏକ ଲୋକସଭା ନିର୍ବାଚନ ମଣ୍ଡଳୀ । ତେବେ ଏହା କୌଣସି ଏକ ସାଧାରଣ ନିର୍ବାଚନ ମଣ୍ଡଳୀ ନୁହେଁ । ଖୋଦ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ । ପୁଣି ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ରହିଛି ପ୍ରଧାନମନ୍ତ୍ରୀଙ୍କ ପୋଷ୍ୟଗ୍ରାମ୍ୟ ଜୟପୁର ।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଏହି ପୋଷ୍ୟ ଗ୍ରାମ ଏବେ ଚର୍ଚ୍ଚାରେ । କଥା ହେଉଛି ଗ୍ରାମବାସୀ ଗତ ବର୍ଷେ ହେଲା ଅନ୍ଧାରରେ ରହିଛନ୍ତି । କାରଣ ଗତ ବର୍ଷ ଗାଁରେ ଲାଗିଥିବା ସୋଲାର ଷ୍ଟ୍ରିଟ ଲାଇଟ୍ ଗୁଡ଼ିକର ବ୍ୟାଟେରି ଚୋରି ହୋଇଯାଇଥିଲା । ପ୍ରଥମେ ୫୦ଟି ଷ୍ଟ୍ରିଟ୍ ଲାଇଟର ବ୍ୟାଟେରି ଚୋରି ହୋଇଥିଲା । ଏହା ବିରୁଦ୍ଧରେ ଗାଁ ସରପଞ୍ଚ ପୁଲିସ୍ରେ ଅଭିଯୋଗ କରିଥିଲେ । କିନ୍ତୁ ପୁଲିସରେ ଅଭିଯୋଗ କରିବାପରେ ଚୋରି ସାମଗ୍ରୀ ମିଳିବ କଣ ଆଉ ୩୦ଟି ଷ୍ଟ୍ରିଟ ଲାଇଟର ବ୍ୟାଟେରୀ ଚୋରୀ ହୋଇଯାଇଥିଲା । ଗତ ବର୍ଷେ ହେଲା ପୋଲିସ ଚୋରମାନଙ୍କୁ ଖୋଜି ପାଉନାହିଁ, ଏଣେ ଗାଁ ଦାଣ୍ଡ ଅନ୍ଧାର । ତେବେ ଗ୍ରାମବାସୀ ରାଜ୍ୟର ପୁଲିସ୍ ଏଡିଜି ବିଶ୍ୱଜିତ ମହାପାତ୍ରଙ୍କ ନିକଟରେ ଅଭିଯୋଗ କରିବା ପରେ ସେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୨୦୧୪ରେ ଏହି ଗାଁକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଥିଲେ । ଏହା ପରେ ଏହି ଗାଁରେ କେତେକ ବିକାଶମୂଳକ କାମ ଆରମ୍ଭ ହୋଇଛି । ୨୦୧୫ ମଧ୍ୟ ଭାଗରେ ଏକ ରାଷ୍ଟ୍ରାୟତ ବ୍ୟାଙ୍କ ତରଫରୁ ଗାଁରେ ଏସବୁ ସୋଲାର ଲାଇଟ୍ ଲଗାଯାଇଥିଲା ।