ପିଏନ୍‌ବି ଠକେଇ ମାମଲା: ପୂର୍ବତନ ବ୍ୟାଙ୍କ୍‌ ଅଧିକାରୀଙ୍କ ସମେତ ୩ ଜଣଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ନିରବ ମୋଦି ଠକେଇ ମାମଲାରେ ସମ୍ପୃକ୍ତ ଥିବା ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌ର ପୂର୍ବତନ ଡେପୁଟି ମ୍ୟାନେଜର ଗୋକୁଳନାଥ ଶେଟ୍ଟୀଙ୍କ ସମେତ ତିନି ଜଣଙ୍କୁ ସିବିଆଇ ଶନିବାର ଦିନ ଗିରଫ କରିଛି।

ଶେଟ୍ଟୀଙ୍କ ସହ ଏସ୍‌ଡବ୍ଲୁଓ ମନୋଜ ଖରାତ୍‌ ଏବଂ ନିରବ ମୋଦି ଗ୍ରୁପ୍‌ ଅଫ୍‌ ଫାର୍ମସ୍‌ର ଅଥରାଇଜ୍‌ଡ୍‌ ସିଗ୍‌ନେଟୋରି ହେମନ୍ତ ଭଟ୍ଟଙ୍କୁ ମଧ୍ୟ ଗିରଫ କରାଯାଇଛି। ଆଜି ମୁମ୍ବାଇର ସ୍ପେସାଲ୍‌ ସିବିଆଇ କୋର୍ଟରେ ତିନି ଜଣଙ୍କୁ ହାଜର କରାଯିବ।

ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ର ୧୧, ୮୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଶେଟ୍ଟୀ ଜଣେ ସହ-ଅଭିଯୁକ୍ତ। ପଶ୍ଚିମ ମୁମ୍ବାଇର ମାଲାଡସ୍ଥିତ ରୁସ୍ତମ୍‌ଜୀ ଓଜୋନ କମ୍ପ୍ଲେକ୍ସ୍‍ସ୍ଥିତ ଶେଟ୍ଟୀଙ୍କ ଫ୍ଲାଟ୍‌କୁ ଗୁରୁବାର ଓ ଶୁକ୍ରବାର ଦିନ ଯାଇ ସିବିଆଇ ଦଳ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କୁ ପଚରା ଉଚୁରା କରିଥିଲା। ଏକ ଏଫ୍‌ଆଇଆର୍‌ରେ ସିବିଆଇ ଅଭିଯୋଗ କରିଥିଲା କି, ବ୍ୟାଙ୍କ୍‌ ଅଧିକାରୀ ଶେଟ୍ଟୀ ଏବଂ ଖରାତ୍‌ ଅଭିଯୁକ୍ତ କମ୍ପାନି ଏବଂ ଅନ୍ୟମାନଙ୍କ ସହ ମିଶି ପିଏନ୍‌ବିରୁ ୪, ୮୮୬. ୭୦ କୋଟି ଟଙ୍କା ଠକି ନେଇଛନ୍ତି।

ସମ୍ବନ୍ଧିତ ଖବର