୧୫୦ ଇଚ୍ଛାକୃତ ଋଣଖିଲାପକାରୀଙ୍କ ପାସ୍‌ପୋର୍ଟ ଜବତ କଲା ପିଏନ୍‌ବି

ନୂଆଦିଲ୍ଲୀ : ଦେଶର ଦ୍ୱିତୀୟ ସର୍ବବୃହତ ଋଣ ପ୍ରଦାନକାରୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୧୫୦ଜଣ ଇଚ୍ଛାକୃତ ଭାବେ ଋଣ ଅର୍ଥ ପୈଠ କରିନଥିବା ଗ୍ରାହକଙ୍କ ପାସ୍‌ପୋର୍ଟ ଜବତ କରିଛି । ଏହା ସହ ଋଣ ଅର୍ଥ ପୈଠ କରି ନ ଥିବା ଋଣଗ୍ରହୀତାଙ୍କ ବିରୋଧରେ ବ୍ୟାଙ୍କ ୩୭ଟି ଏଫ୍‌ଆଇଆର ଦାଖଲ କରିଛି । ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ  ଋଣ ଅର୍ଥ ଆଦାୟ ଲାଗି ଜୋରଦାର ଅଭିଯାନ ଆରମ୍ଭ କରିଛି । ବ୍ୟାଙ୍କ ତରଫରୁ କୁହାଯାଇଛି କି ନିଜ ଆଡୁ  ଋଣ ଅର୍ଥ ଫେରସ୍ତ କରି ନଥିବା ୨୬୦ଜଣ ବ୍ୟକ୍ତିଙ୍କ ଫଟୋ ମଧ୍ୟ ବ୍ୟାଙ୍କ ପକ୍ଷରୁ ଖବରକାଗଜରେ ପ୍ରକାଶ କରାଯାଇଛି ।

India.com

ପିଏନ୍‌ବି ପରିଚାଳନା ନିର୍ଦ୍ଦେଶକ ସୁନୀଲ ମେହେତା କହିଛନ୍ତି ଯେ ନୀରବ ମୋଦି ଓ ମେହୁଲ ଚୋକ୍‌ସି ବ୍ୟାଙ୍କଠାରୁ ୧୪,୦୦୦କୋଟି ଟଙ୍କାର ଋଣ ନେଇ ଫେରାର ଥିବା ହେତୁ ବ୍ୟାଙ୍କର ଆର୍ଥିକ ସ୍ଥିତି ସୁଧାରିବା ଲାଗି ଏହି ଅଭିଯାନ ଆରମ୍ଭ ହୋଇଛି । ଇଚ୍ଛାକୃତ ଋଣ ଖିଲାପକାରୀମାନେ ଯେଭଳି ଦେଶ ବାହାରକୁ ପଳାଇ ଯାଉଛନ୍ତି ସେଥିଲାଗି ସେମାନଙ୍କ ପାସ୍‌ପୋର୍ଟ ଜବତ କରାଯାଇଛି ।

ଅନ୍ୟ ପକ୍ଷରେ ବ୍ୟାଙ୍କ ପକ୍ଷରୁ ଋଣଖିଲାପକାରୀଙ୍କ ସୁବିଧା ଲାଗି ଏକକାଳୀନ ଋଣ ଚୁକ୍ତି ଯୋଜନା ମଧ୍ୟ ଆରମ୍ଭ କରାଯାଇଛି । ଏହା ଫଳରେ ସବୁ ଋଣଗ୍ରହୀତାମାନେ ଉପକୃତ ହୋଇ ପାରିବେ । ବର୍ତ୍ତମାନ ବ୍ୟାଙ୍କ ପକ୍ଷରୁ ଋଣଗ୍ରହୀତାମାନଙ୍କର ପିଏନ୍‌ବି ବ୍ୟତୀତ ଅନ୍ୟ ବ୍ୟାଙ୍କରେ ଥିବା କାରବାରକୁ ସମୀକ୍ଷା କରାଯାଉଛି । ଯେଉଁ ଋଣ ଗ୍ରହୀତାମାନେ ଅନ୍ୟ ବ୍ୟାଙ୍କରେ ଠିକ୍‌ ଭାବେ ଋଣ ପୈଠ କରୁଛନ୍ତି ସେମାନଙ୍କୁ ନୋଟିସ୍‌ ପଠାଯାଇ ଏକକାଳୀନ ଚୁକ୍ତି ଲାଗି ପ୍ରବର୍ତ୍ତାଯାଉଛି ।

ସମ୍ବନ୍ଧିତ ଖବର